କଟକ ସଦର,୦୬/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ତଥା କଟକ ଜିଲ୍ଲା ଜଳ ପରିମଳ ମିଶନ ଜିଲ୍ଲା ପରିଷଦଙ୍କ ଆନୁକୁଲ୍ୟରେ ଆଜି (ଶୁକ୍ରବାର ଦିନ) କଟକ ସଦର ବ୍ଲକ ସଭା ଗୃହରେ ଵିଶ୍ୱ ଶୈ।ଚାଳୟ ଦିବସ ପାଳନ କରାଯାଇଛି। ଏହାକୁ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଉଦଘାଟନ କରି ପରିମଳ ଓ ପରିବେଶର ସୁରକ୍ଷା ପାଇଁ ଶୈ।ଚାଳୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିରେ ଵିଡିଓ ଇଂ ପ୍ରତୀକ କୁମାର ସାହୁ, ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ,ଆରଡଵ୍ଲ୍ୟୁଏସଏସ ସହକାରୀ ଯନ୍ତ୍ରୀ ଇଂ ସୁନିତା ମହାନ୍ତି, ଇଂ ଏଲିଜା ମଲ୍ଲିକ, ବ୍ଲକ୍ ସମ୍ବଳ ସଂଯୋଜକ ତେଜେସ୍କର ସିଂହ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ବିଶ୍ଵ ଶୈ।ଚାଳୟ ଦିବସ ଗତ ମାସ ୧୯ ତାରିଖ ରୁ ଆରମ୍ଭ ହୋଇ ଚଳିତ ମାସ ୧୦ ତାରିଖ ଦିନ ଉଦଯାପିତ ହେବ ବୋଲି ଜଣାପଡିଛି।