କେନ୍ଦ୍ରାପଡ଼ା, ୦୩/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପୌରସଂସ୍ଥା ଟାଉନ ହଲ ପରିସରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ ।
ଅଭିଭାଷଣରେ ସଚିବ ଶ୍ରୀମତୀ ସାହୁ ଉପସ୍ଥିତ ଜନସାଧାରଣଙ୍କ ଉଦ୍ଧେଶ୍ୟରେ କହିଥିଲେ ଯେ, ଶ୍ରମିକମାନେ ନିଜ ନିଜର ହକ୍ କିପରି ଆଇନ ଅନୁଯାୟୀ ପ୍ରାପ୍ତ କରିପାରିବେ ଓ ଶିଶୁ ଶ୍ରମିକ ପ୍ରଥାକୁ ଉଚ୍ଛେଦ କରାଯାଇ ସେହି ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରି ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ କରାଯାଇପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ସେହି ଶିଶୁମାନଙ୍କ ପିତାମାତା ଏହା ଉପରେ ପ୍ରଯତ୍ନ ହେବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି, ଜିଲା ଶ୍ରମ ଅଧିକାରୀ ଏ.ପି. ମହାମାନସିଂ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ଶ୍ରମିକ ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ନୂତନ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଶ୍ରମକାର୍ଡ ପ୍ରଦାନ କରାଯାଇଥିଲା ।
