ପାରାଦୀପ ଠାରେ ଭାରତୀୟ ତଟ ରକ୍ଷକ ବାହିନୀର  ଅତ୍ୟାଧୁନିକ ଜାହାଜ ସହାୟତା ପ୍ରତିଷ୍ଠାନ ର ସ୍ଥାପନା

ପାରାଦୀପ, ୦୬/୧୨/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ତଟ ରକ୍ଷକ (ଆଇସିଜି) ଆଜି, ୦୬ ଡିସେମ୍ବର ୨୦୨୪, ଓଡିଶାର ପାରାଦୀପ ଠାରେ ଏକ ନୂତନ ଜାହାଜ ସହାୟତା ପ୍ରତିଷ୍ଠାନର ସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିମାନ ହାସଲ କରିଛି। ଏହି ଅତ୍ୟାଧୁନିକ ପ୍ରତିଷ୍ଠାନରେ ତଟରକ୍ଷକ ସାମଗ୍ରୀ ଭଣ୍ଡାର , ତଟରକ୍ଷକ ଜାହାଜ ମରାମତି ଦଳ ଓ ତଟ ରକ୍ଷକ ଜାହାଜ ସହାୟତା ଅନୁଷ୍ଠାନ ଅନ୍ତର୍ଭୁକ୍ତ ଅଟେ। ଏହାକୁ, ତଟରକ୍ଷୀ ବାହିନୀ (ଉତ୍ତର ପୂର୍ବ)ର କ୍ଷେତ୍ରୀୟ  କମାଣ୍ଡରଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଛି।

ଏହି  କେନ୍ଦ୍ରର ସ୍ଥାପନା ଭାରତୀୟ ତଟରକ୍ଷକ ର କାର୍ଯ୍ୟକ୍ଷମତାକୁ ଏବଂ ଆତ୍ମନିର୍ଭରତାକୁ ଉତ୍ତୋଳନ କରିବା ସହ ପ୍ରତିବଦ୍ଧତାକୁ ପ୍ରତିପାଦନ କରିବ। ଏହା ତଟରକ୍ଷୀ ବାହିନୀର  ଜାହାଜ   ପାଇଁ ମରାମତି, ରିଫିଟ୍ ଏବଂ ଦୈନଦିନ ସାମଗ୍ରୀ ର ଆବଶ୍ୟକତା କୁ  ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିବ। ଉଦ୍‌ଘାଟନ ସମାରୋହରେ, ତଟରକ୍ଷୀ ବାହିନୀ (ଉତ୍ତର ପୂର୍ବ) ର କ୍ଷେତ୍ରୀୟ  କମାଣ୍ଡର  ପାରାଦୀପର ଯୌକ୍ତିକ ମହତ୍ତ୍ୱକୁ ଏକ ପ୍ରମୁଖ ସାମୁଦ୍ରିକ କେନ୍ଦ୍ର ଭାବେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ଜାହାଜ ସହାୟତା ପ୍ରତିଷ୍ଠାନର ସୁବିଧା ଭାରତୀୟ   ତଟରକ୍ଷକ ର କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ସହିତ ଉତ୍ତର-ପୂର୍ବ ସମୁଦ୍ରତଟରେ ସାମୁଦ୍ରିକ ସୁରକ୍ଷା ଏବଂ ସୁରକ୍ଷା ବୃଦ୍ଧି ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।

Leave a Reply

Your email address will not be published. Required fields are marked *