ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ ସହ ଶିକ୍ଷାବିତଙ୍କୁ ସମ୍ବର୍ଦ୍ଧନା

ବେଗୁନିଆ /ଖୋର୍ଦ୍ଧା,୦୧/୧୨/୨୦୨୪ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧା ବେଗୁନିଆସ୍ଥିତ ବାଗଲପୁର ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅସହାୟ,ଅଭାବୀ ବ୍ୟକ୍ତିମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଫାଉଣ୍ଡେସନର ସଭାପତି ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ଓ ସାମ୍ବାଦିକ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିମା ସାଧୁ ମଧୁସୂଦନ ଦାସ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ରମେଶ ଚନ୍ଦ୍ର ସାମନ୍ତରାୟ ଉପସ୍ଥିତ ରହି ଅସହାୟ, ଅଭାବୀ ବ୍ୟକ୍ତିଙ୍କ ସେବା ମାଧବଙ୍କ ସେବା ସହ ସମାନ ବୋଲି ମତବ୍ୟକ୍ତ କରିଥିଲେ.ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିଜନିଜ ସ୍ତରରେ ସମାଜ ପାଇଁ ଭଲ କାମ କରିବାକୁ ଆଗେଇ ଆସନ୍ତୁ ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ଶିକ୍ଷାବିତ, ସମାଜସେବୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଅତିଥିମାନେ ମାନପତ୍ର, ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ. କାର୍ଯ୍ୟକ୍ରମକୁ ହୃଦାନନ୍ଦ, କାଳିଆ ପରିଚାଳନା କରିଥିଲେ ।

 

Leave a Reply

Your email address will not be published. Required fields are marked *