ଜଗତସିଂହପୁର, ୧୨/୦୨/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ କରାଯାଇଅଛି ।
ଏହି ଶ୍ରମିକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଇଥିଲେ ।
ଏହି ସଚେତନତା ରଥ, ଏକ ମାସ ଧରି ଜିଲ୍ଲାର ସମସ୍ତ ବ୍ଳକ, ମୁନିସିପାଲିଟି, ଜନବହୁଳ ସ୍ଥାନ ଓ ନିର୍ମାଣଧୀନ କାର୍ଯ୍ୟ କ୍ଷେତ୍ରରେ ଶ୍ରମ ବିଭାଗର ବିଭିନ୍ନ ଜନାଭିମୁଖୀ ଓ ଶ୍ରମିକ କଲ୍ୟାଣ ଯୋଜନା ଗୁଡିକ ଯଥା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଓ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକରଣ ଓ ତତସହିତ ପଞ୍ଜୀକୃତ ଶ୍ରମିକଙ୍କ ବିଭିନ୍ନ ସହାୟତା ରାଶି, ପ୍ରବାସୀ ଶ୍ରମିକଙ୍କ ଅଧିକାର ଓ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ନିୟମ ଓ ଶିଶୁ ଶ୍ରମିକ ନିରୋଧ ଆଇନ ବିଷୟରେ ସଚେତନତା ସୃଷ୍ଟି କରିବ । ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ଶ୍ରୀ ଶିବ ନାରାୟଣ ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
ଏଥିରେ ଶ୍ରୀମତୀ ସ୍ମୃତିରେଖା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁ ଚରଣ ରାଉତ , ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଶ୍ରୀ ଶାନ୍ତନୁ କୁମାର ବ୍ରହ୍ମା , ଶ୍ରୀମତୀ ସୌମ୍ୟା ସ୍ଥିତପ୍ରଜ୍ଞା , ଶ୍ରୀ ଦେବାଶିଷ ମିଶ୍ର ଓ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଜିଲ୍ଲା ରେ ଗଡ଼ିଲା ଶ୍ରମିକ ସଚେତନତା ରଥ
