ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ ସଚେତନତା କାର୍ଯ୍ୟକ୍ରମ 

ଗରଦପୁର, ୦୧/୧୨/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ସ୍ଥିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ÿସ୍ ଦିବସ ପାଳିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଉର୍ଦ୍ଧୁ ବିଭାଗର ଅଧ୍ୟାପକ ମହମ୍ମଦ ମାସୁଦ ଅଲ୍ଲୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିଭାଗର ଡ଼େମନଷ୍ଟ୍ରେଟର ପ୍ରଶାନ୍ତ କୁମାର ବଳ ଯୋଗଦେଇ ଏଡ଼ସ୍ ରୋଗର କାରଣ, ନିରାକରଣ ଓ ଭୟାବହତା ଉପରେ ଆଲୋକପାତ କରିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ତଥା ଶିକ୍ଷା ବିଭାଗର ଅଧ୍ୟାପକ ବସନ୍ତ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନାର ସ୍ୱେଛାସେବୀ ଓ ଯୁବ ରେଡ଼କ୍ରସ୍ ର ସ୍ୱେଛାସେବୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସ୍ଲୋଗାନ୍, ବକ୍ତୃତା ଓ ଅଭିନୟ ମାଧ୍ୟମରେ ସଚେତନତାର ବାର୍ତା ପ୍ରଚାର କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ରାଧେଶ୍ୟାମ ଦାଶ ଓ ରଣଜିତ ମହାନ୍ତିି ସଭା ପରିଚାଳନା ଓ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଯୁବ ରେଡ଼କ୍ରସ୍ ର କାଉନସେଲର ବିଶ୍ୱଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *