ଯାଜପୁର ,୧୪/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର)- ପଂଚାୟତ ଉଚ୍ଚବିଦ୍ୟାଳୟ ରାମପୁର ପରିସର ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ଜେନା , ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ମହାନ୍ତି, ଚନ୍ଦନପୁର ଗ୍ରାମ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ଶ୍ରୀଯୁକ୍ତ କେଦାର ସାମଲ , ଏ. ବି. ଏମ. ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପାବକ ମହାପାତ୍ର, ବରୀ ବ୍ଲକ ଏ. ବି. ଓ. ସୁରେନ୍ଦ୍ର କୁମାର ସାହୁ , ଡାକ୍ତର କୈଳାଶ ଚନ୍ଦ୍ର ପତି ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷିକା ଓ ଇକୋ କ୍ଲବ ର ଛାତ୍ର ଛାତ୍ରୀ ଆଦି ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏହି ମହତ କାର୍ଯ୍ୟକ୍ରମ ରେ ଶତାଧିକ ଉପକାରୀ ଚାରା ରୋପଣ କରାଯାଇଥିବା ଜଣାପଡିଛି ।ବିଦ୍ୟାଳୟ ପରିବେଶ କୁ ସବୁଜ ସୁନ୍ଦର ତଥା ମନ ଲୋଭା କରିବାକୁ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିବା ଶ୍ରୀଯୁକ୍ତ ନିର୍ମଳ କୁମାର ଜେନା କହିଛନ୍ତି ।