କୌଣସି ସରକାରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି , ଅଭାବନୀୟ କାଣ୍ଡ ଘଟୁଛି ,ମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ଭକ୍ତ

ଭୁବନେଶ୍ୱର,୧୨/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାରେ ମହିଳା ଅସୁରକ୍ଷିତ ଥିବା କଥା ରାହୁଲ ଗାନ୍ଧୀଜୀ କହିବାର ଗୋଟିଏ ଦିନ ପରେ, ବାଲେଶ୍ୱରର ଏଫଏମ କଲେଜରେ ପୂର୍ବରୁ ଘଟିଥିବା ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଛି। ଜଣେ ଯୁବତୀ ନ୍ୟାୟ ନପାଇବାରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ଜୀବନ ସହିତ ସଂଘର୍ଷ କରୁଛନ୍ତି ।

ପ୍ରଫେସରଙ୍କ ଦ୍ୱାରା ଲୋଡ଼ାଯାଇଥିବା ଯୌନ ଅନୁଗ୍ରହ ଏବଂ ନିର୍ଯାତନା ବିଷୟରେ କର୍ତ୍ତୃପକ୍ଷ ଅବଗତ ଥିଲେ, କିନ୍ତୁ ଝିଅଟିକୁ ସୁରକ୍ଷା ଦେବା କିମ୍ବା ନ୍ୟାୟ ଦେବା ପାଇଁ କିଛି କରିନଥିଲେ । ପିସିସି ସଭାପତି ଭକ୍ତଚରଣ ଦାସ

ଯୁବତୀଙ୍କ ଆଶୁ ଆରୋଗ୍ୟ ପାଇଁ  ପ୍ରାର୍ଥନା କରିବା ସହ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ଅଧିକାରୀ ମଧ୍ୟ ଏ ଘଟଣା ପାଇଁ ସମାନ ଭାବେ ଦାୟୀ। ରାଜ୍ୟର କୌଣସି ସରକାରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ମନ୍ତ୍ରୀ ନିଜ ବିଫଳତା ସ୍ବୀକାର କରି ତୁରନ୍ତ ଇସ୍ତଫା ଦେବାକୁ ଶ୍ରୀ ଦାସ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *