ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅନ୍ତର୍ଗତ ସ୍ଵଚ୍ଛତା ଅଭିଯାନ

ଲକ୍ଷ୍ମୀପୁର ୦୩/୧୨/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ ଜେନା)- ଆଜି ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଭାଗ ତରଫରୁ ଓଡିଶା ସରକାରଙ୍କ ନୂଆ ଓଡିଶା-ଯୁବ ଓଡିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ କାର୍ଯ୍ୟ  ଅନ୍ତର୍ଭୁକ୍ତ ପରିମଳ ସମ୍ପର୍କିତ ଏକ ସଫେଇ ଅଭିଯାନ ମହାବିଦ୍ୟାଳୟର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅଭିଯାନକୁ ବରିଷ୍ଠ ଅଧ୍ୟାପକ ଡ.ଜଗନ୍ନାଥ ରଥ ତଦାରଖ କରିଥିଲେ ଏବଂ ଯୁବ ରେଡକ୍ରସ ୟୁନିଟ୍ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା ପରିଚାଳନା କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗ ଦେଇ ମହାବିଦ୍ୟାଳୟ ପରିସର ସଫା ସୁତୁରା କରି ଥିଲା ବେଳେ ମହା ବିଦ୍ୟାଳୟର କର୍ମଚାରୀ ବିଶି ହିମେରିକା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *