ଅଣୁସାର ବ୍ୟବହାର  ସମ୍ପର୍କରେ କୃଷକ ମେଳା

ଜଗତସିଂହପୁର,୦୭/୦୨/୨୦୨୪ (ଓଡ଼ିଶା ସମାଚାର)- ଆଜି ୦୭.୦୨.୨୪ରିଖ ଦିନ ବାହାରଣା ପଞ୍ଚାୟତ ବାଲିକୁଦା ବ୍ଲକ ଜଗତସିଂହପୁର ଜିଲ୍ଲାରେ ଅଣୁସାର ବ୍ୟବହାର  ସମ୍ପର୍କରେ ଏକ କୃଷକ ମେଳା ଅଣୁସାର ପ୍ରକଳ୍ପ ଓୟୁଏଟି ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ  ଓୟୁଏଟି ର ମୃତ୍ତିକା ବୈଜ୍ଞାନିକ ଡଃ ରବୀନ୍ଦ୍ର କୁମାର ନାୟକ, ଡଃ ସୁଶାନ୍ତ କୁମାର ପଟ୍ଟନାୟକ, ଡଃ ବନ୍ଦିତା ଜେନା ମାଟିର ପରିଚାଳନା ସ୍ୱାସ୍ଥ୍ୟ ରକ୍ଷା ମାଟି ସ୍ୱାସ୍ଥ୍ୟ ପରିଚାଳନା ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ଏହି  ସଭାରେ କ୍ଷେତ୍ରବିଜ୍ଞାନୀ ଡଃ ରବିରତ୍ନ ଦାଶ ଘାସ ଦମନ ଫସଲ ରେ କିପରି ହୋଇପାରିବା ସେ ସମ୍ପର୍କରେ ବୁଝାଇଥିଲେ। ବ୍ଲକ କୃଷି  ଅଧିକାରୀ ଶ୍ରୀମାନ୍ ସ୍ମୃତି ଜେନା ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକର୍ମ ସମ୍ପର୍କରେ ଆଲୋଚନା  କରିଥିଲେ। ଉକ୍ତ ସଭା ରେ  ସ୍ଥାନୀୟ ଯୁବ ସରପଞ୍ଚ ଶ୍ରୀମାନ୍  ମାନସ ରଞ୍ଜନ ପରିଡା ବାହାରଣା ପଞ୍ଚାୟତ ର ଚାଷର ସୁବିଧା ଅସୁବିଧା ସମ୍ପର୍କରେ ବୁଝାଇଥିଲେ।

ଜଗତସିଂହପୁର ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଜୀବନଜୀତ୍ ସେନ୍ ଏହି ସଭାକୁ ପରିଚାଳନା କରିବା ସହିତ କୃଷି ବିଜ୍ଞାନ କେନ୍ଦ୍ର ର ବିଭିନ୍ନ କାର୍ଯ୍ୟକର୍ମ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। କୃଷକ ବୈଜ୍ଞାନିକ ମାନଙ୍କର ଆଲୋଚନା କରାଯାଇଥିଲା। ଏହି ସଭାରେ ଡଃ ପ୍ରଦିପ୍ତ କୁମାର ମାଝୀ ଓ ଡଃ ଦ୍ୱାରିକାମୋହନ ଦାସ ସକ୍ରିୟ ଅଂଶ  ଗ୍ରହଣ କରି ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିଥିଲେ। ଏହି ମେଳାରେ ଚାଷୀ ମାନଙ୍କୁ ଅଣୁସାର ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା। ଏହି ମେଳାରେ ଶତାଧିକା ଚାଷୀ ଯୋଗଦେଇ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ  ଡଃ ଜ୍ୟୋତିର୍ମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

-0-

Leave a Reply

Your email address will not be published. Required fields are marked *