ବଡ଼ବିଲ ପୌରପାଳିକାର ଡେଙ୍ଗୁ ସଚେତନତା ଅଭିଯାନ ।

ବଡ଼ବିଲ,୦୬/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ତଥା ଖଣି ଅଞ୍ଚଳରେ ନିଆଁ ପରି ବ୍ୟାପିବାକୁ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପ୍ରତିଦିନ ଡେଙ୍ଗୁ ରୋଗରେ  ଲୋକ ଆକ୍ରାନ୍ତ ହେଉଥିବା ଜାଣି କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ସମସ୍ତ ପୌରପରିଷଦ ଓ ଗ୍ରାମ ପଞ୍ଚାୟତ ଅଫିସ ଗୁଡ଼ିକୁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ଅନୁସାରେ ଆଜି ବଡ଼ବିଲ ନାଗରପାଳ ଏବଂ ପୌରପରିଷଦ ଅଧିକାରୀ ମାନେ ବଡ଼ବିଲ ସମସ୍ତ ୱାର୍ଡର ଘରକୁ ଘର ଜାଇ ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ପ୍ରତିଟି ଗଳି କନ୍ଦିରେ ପଶି ଲୋକଙ୍କୁ ଡେଙ୍ଗୁ ରୋଗର ନିୟନ୍ତ୍ରଣ ଓ ପ୍ରତିକାର ବିଷୟରେ ଅବଗତ କରାଇବା ସାଙ୍ଗକୁ ଡେଙ୍ଗୁ ରୋଗ କବଳରୁ ରକ୍ଷା ପାଇଁ ସଚେତନ କରିବା ସହିତ ବ୍ଲିଚିଂ ପାଉଡର ଛିଞ୍ଚିବା ସହ ବିଷାକ୍ତ ତେଲ ଛିଞ୍ଚନ କରାଇଥିଲେ ।  କହିଥିଲେ ଯେ, ଡେଙ୍ଗୁ ମୁକାବିଲା ପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସହ ପଡିରହିଥିବା ଅଳିଆ ଆବର୍ଜ୍ଜନା ଆଦିକୁ ସଫା ସୁତୁରା ରଖିବା ପାଇଁ ଏବଂ ନାଳନର୍ଦ୍ଧମା, ଜମି ରହୁଥିବା ବର୍ଷା ପାଣି ସ୍ଥାନ ଗୁଡ଼ିକୁ ନିୟମିତ ସଫା ସୁତୁରା ରଖିବା ସହିତ ଆଶା କର୍ମୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କହିଥିଲେ । ଡେଙ୍ଗୁ ଭୁତାଣୁ ଏଡିସି ମଶା ଦ୍ୱାରା ବ୍ୟାପୁଥିବାରୁ ଏଥିପ୍ରତି ବ୍ୟାପକ ସଚେତନତା ଆବଶ୍ୟକ ବୋଲି ଲୋକଙ୍କୁ ଅବଗତ କରାଇଥିଲେ । ବଡ଼ବିଲ ସହରର ଶ୍ରୀରାମ ନଗର ଅଞ୍ଚଳର ଏକ ଯୁବକର ଡେଙ୍ଗୁ ଜରରେ ଜୀବନ ଯାଇଥିବା ବେଳେ ଅନ୍ୟ କୌଣସି ଲୋକର ଜୀବନ ଏ ଡେଙ୍ଗୁ ରୋଗରେ ନଯାଉ ବୋଲି ଏହି ସଚେତନତା ଅଭିଯାନକୁ କଡ଼ାକଡି ଭାବେ ପାଳନ କରିବା ପାଇଁ ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହନ୍ତ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *