ସରିଲା ପ୍ରଚାର,୨୫ ରେ ଭୋଟ, ପ୍ରାର୍ଥୀଙ୍କ ଛାତି ଧଡ଼,ଭୋଟର ନିରଵ,ଵୁଥ୍ ଅଞ୍ଚଳରେ ୧୪୪ ଜାରୀ 

କଟକ ସଦର ,୨୩/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ୨୫ ତାରିଖ ଶନିବାର ଦିନ ହେବାକୁ ଥିବା ଭୋଟ ପାଇଁ କଟକ ଜିଲ୍ଲା ତଥା କଟକ ଲୋକସଭା ସଂସଦୀୟ କ୍ଷେତ୍ରର ୬ ଗୋଟି ବିଧାନସଭା କ୍ଷେତ୍ର ମଧ୍ୟରୁ କଟକ ସଦର ୯୩ ନମ୍ବର ସଂରକ୍ଷିତ ଆସନରେ ଆଜି ଗୁରୁବାର ସଂନ୍ଧ୍ୟାରୁ ପ୍ରଚାର ବନ୍ଦ ହୋଇଯାଇଥିଲା ବେଳେ ଵୁଥ୍ ଅଞ୍ଚଳରେ ଆଜି ସଂଧ୍ୟାରୁ ୨୫ ତାରିଖ ସକାଳ ୬ ଟା ଯାଏଁ କଟକଣା ସହିତ କଟକ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ଅରିନ୍ଦମ ଡାକୁଆ ୧୪୪ ଧାରା ଲାଗୁ କରିଛନ୍ତି। ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୨୮ ହଜାର ୫୬୪ ଜଣ ଭୋଟର ୪୦ ଟି ସଖି,୪୨ ଟି ଆଦର୍ଶ ସହ ଚିହ୍ନଟ ହୋଇଥିବା ୧୧୨ ଟି କ୍ରିଟିକାଲ ମୋଟ ୨୪୨ ଟି ବୁଥ୍ ରେ ସେମାନଙ୍କର ମତସାଵ୍ୟସ୍ତ କରିବେ ଵୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ପ୍ରଚାର ସରିଲା ସତ ହେଲେ ପ୍ରାର୍ଥୀଙ୍କ ଛାତି ଧଡ଼ଧଡ ହେଉଥିଲା ବେଳେ ଭୋଟର କିନ୍ତୁ ଗୁମସୁମ୍ ଥିବା ଜଣାପଡିଛି। ଏଠାରେ ୪ ଜଣ ପ୍ରାର୍ଥୀ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ ମୂଖ୍ୟତଃ ନୁଆ ପୁରୁଣା ବିଜେପି ବିଜେଡ଼ି ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହୋଇଥିବା ଯୋରଦାର ପ୍ରଚାରରୁ ଜଣାପଡିଛି। ବିଜେଡ଼ି ପ୍ରାର୍ଥୀ ଏଠାରୁ ତୃତୀୟ ଥର ଲଢି ସଦର ଵାଜିଗର ହେବାକୁ ସମସ୍ତ କଳ ଵଳ କୈ।ଶଳ ଏକାକାର କରିଦେଇଥିଲା ବେଳେ ନୁଆ ବିଜେପି ପ୍ରାର୍ଥୀ କୈ। ଣସି ଥିରେ କମତି ନଥିବା ଦେଖିବାକୁ ମିଳିଛି। ଯଦି ବିଜେଡ଼ି ଏଠାରୁ ନିର୍ବାଚନ ବୈତରଣୀ ପାର ହୁଏ ତେବେ ଇତିହାସ ଵଦଳି ଯିବ।କାରଣ ଏଠାରୁ କେହି କେବେ ତିନି ଥର ନିର୍ବାଚିତ ହୋଇନଥିବା ଜଣାପଡିଛି। ତେବେ୨୫ ତାରିଖ ମତଦାନ ପରେ ଆସନ୍ତା ଜୁନ୍ ୪ ତାରିଖ ରେ ମତଦାତା ମାନଙ୍କର ମତଦାନ ରୁ ହିଁ ଜଣାପଡ଼ିବ କିଏ ହେବ ସଦର ଵାଜିଗର। ଅପେକ୍ଷା ରହିଛି ସେହି ଦିନକୁ।

Leave a Reply

Your email address will not be published. Required fields are marked *