ଜୁନାଗଡ଼, ୨୦/୦୪/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) – ନିର୍ବାଚନ ଆସିଲେ ଘଡିକୁ ଘୋଡ଼ା ଛୁଟେ। ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ କିଏ ପାଦ ଧରି ମୁଣ୍ଡିଆ ମାରୁଛି ତ କିଏ ସାଷ୍ଟାଙ୍ଗ ଦଣ୍ଡବତ କରୁଛି। ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ମନୋଜ ମେହେରଙ୍କ ଏବେ ଏକ ନିଆରା ଢଙ୍ଗରେ ନିର୍ବାଚନ ପ୍ରଚାର ଲୋକଙ୍କୁ ଆକୃଷ୍ଟ କରିବା ଦେଖିବାକୁ ମିଳୁଛି।
ସେ ଗାଁ ଗାଁ ରେ ପ୍ରଚାର ସମୟରେ ଲୋକଙ୍କ ଦ୍ୱାରା ସ୍ୱାଗତ ଗୋଡଧୁଆ ବଦଳରେ, ନିଜେ ମନୋଜ ମେହେର ଲୋକଙ୍କ ଗୋଡ଼ ଧୋଇବା, ଲୋକଙ୍କୁ ମନକୁ ପାଉଛି। ଗତ ଥରର ପରାଜୟ ସତ୍ୱେ, ଏଥର ଶ୍ରୀ ମେହେର ପୁରା ଫୁଲ ଦମରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ରାଜ୍ୟ ଶାସକ ଦଳ ପ୍ରତି ଲୋକଙ୍କ ପୁଞ୍ଜିଭୁତ ଅସନ୍ତୋଷ ସହିତ ମୋଦି ଲହରର ଅଣ୍ଡର କରେଣ୍ଟ ବିଜେପିକୁ ସୁହାଇବା ଭଳି ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଲୋକେ ଏଥର ଅର୍ଥ ପ୍ରଲୋଭିତ ନ ହେଲେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ରାଜନୈତିକ ସମିକରଣ ଭିନ୍ନ ମୁହାଁ ହେବା ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି। ମନୋଜ ମେହେରଙ୍କ ଭୋଟରଙ୍କୁ ଗୋଡ଼ଧୋଇ ପ୍ରଚାର କରିବା ଲୋକଙ୍କୁ ଆକୃଷ୍ଟ କରୁଛି।
