ଯାଜପୁର,୨୫/୧୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର)- ବରୀ ବ୍ଲକ ଅଧିନ ଚନ୍ଦନପୁର ପଞ୍ଚାୟତ ସୁକଳଠାରେ ପାନୀୟ ଜଳ ବିଭାଗ ଓ ସି.ଏମ.ଏସ.ଏ. ଯୋଜନାରେ ନିର୍ମିତ କମ୍ୟୁନିଟ୍ ସେଣ୍ଟର୍ ର ଉଦଘାଟନ ହୋଇଯାଇଛି। ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି କମ୍ୟୁନିଟ୍ ସେଣ୍ଟର୍ ର ଶୁଭ ଉଦ୍ଘାଟନ କରିଥିଲେ।
ପରେ ଆୟୋଜିତ ସ୍ଥାନୀୟ ହାଟସାହି ହାଟର ତୃତୀୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମଲ୍ଲିକ ଯୋଗ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ବିଧାୟକ ଶ୍ରୀ ମଲ୍ଲିକଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ସହିତ ସ୍ବାଗତ କରାଯାଇଥିଲା। ବହୁ ବାଧାବିଘ୍ନ ପରେ ବି ସ୍ଥାନୀୟ ଯୁବକ ଓ ବୁଦ୍ଧିଜୀବୀ ମାନଙ୍କ ପ୍ରଚେଷ୍ଟାରେ ତିନି ବର୍ଷ ଧରି ଏହି ହାଟ ଚାଲିଆସିଛି। ଆଖ ପାଖ ତିନିଟି ପଞ୍ଚାୟତର ଲୋକମାନେ ଏହି ହାଟ ଉପରେ ନିର୍ଭର କରିଥାନ୍ତି। ତିନିଟି ପଞ୍ଚାୟତର ଚାଷୀ ମାନେ ସେମାନଙ୍କ ବିଲରେ ଚାଷ କରିଥିବା ପନୀ ପରିବା ଏହି ହାଟରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ତେଣୁ ଖରା ବର୍ଷା ଦାଉରୁ ହାଟୋଇ ମାନେ ରକ୍ଷା ପାଇବା ପାଇଁ ଖୁବ୍ ଶୀଘ୍ର ହାଟର ଉନ୍ନତି କରଣ କରାଯିବ ବୋଲି ବିଧାୟକ ଶ୍ରୀ ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି।
ହାଟସାହି ହାଟର ତୃତୀୟ ବାର୍ଷିକ ଉତ୍ସବରେ ସତ୍ୟବ୍ରତ ଜେନା ସଭାପତିତ୍ୱି କରିଥିବା ବେଳେ ମକରଧ୍ଜଜ ସାହୁ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ବ୍ଲକ ବିଜେଡ଼ି ସଭାପତି କେଦାର ଚନ୍ଦ୍ର ସାମଲ,ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ଅଶୋକ ସାମଲ, ସନ୍ତୋଷ ସାମଲ,ସ୍ଥାନୀୟ ସରପଞ୍ଚ ଚପଳା ମଲ୍ଲ, ପ୍ରସନ୍ନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।