ଖଜୁରିଆକଟା,୨୦/୦୭/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ଉପଖଣ୍ଡ ଠୋକର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଠୋକର ଗ୍ରାମରେ ଗତ ୧୩ ତାରିଖରେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଖେନା ମାଝୀଙ୍କ ପରିବାର କୁ ଢେ଼ଙ୍କାନାଳର ପ୍ରାକ୍ତନ ସାଂସଦ ମହେଶ ସାହୁ ଆଜି ଭେଟିବା ସହ ପରିବାର କୁ ସମବେଦନା ଜଣାଇଛନ୍ତି ।
ତାଙ୍କ ସହ ରାଜ୍ୟ ବିଜେଡି ସମ୍ପାଦକ ଦେବୀ ପ୍ରସାଦ ପଟ୍ଟନାୟକ,ସମାଜସେବୀ ପ୍ରମୋଦ ମାଝୀ ପ୍ରମୁଖ ମୃତକ ପରିବାର ବର୍ଗଙ୍କୁ ସମ ବେଦନା ଜଣାଇଥିଲେ । ଏଥି ସହିତ କିପରି ପରିବାର ବର୍ଗଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଙ୍କ ସହ କଥା ହୋଇଥିଲେ । ଖେନା ମାଝୀ ଜଣେ ଗରିବ ଶ୍ରେଣୀ ର ଲୋକ ହୋଇଥିବାରୁ ତାଙ୍କ ପରିବାର ର ଜଣେ ସଦସ୍ୟ ଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି ।
