ଡମଣଭୂଇ ହାତୀ ମୃତ୍ୟୁ ଘଟଣା। ବ୍ୟବଛେଦ ରିପୋର୍ଟରେ  ବିଦ୍ୟୁତ ସ୍ପର୍ଶ ରେ ହାତୀର ମୃତ୍ୟୁ।

 ନିରାକାରପୁର ୧୧/୭/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଡମଣଭୂଇ ଗ୍ରାମ ନିକଟରେ ଗତ ୮ ତାରିଖ ସକାଳେ ଏକ ଦନ୍ତାହାତୀର ମୃତ ଶରୀର ପଡ଼ିଥିବା ର ଦେଖାଯାଇଥିଲା। ଖୋର୍ଦ୍ଧା ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନ, ଏସିଏଫ ସ୍ବାତି ମହାନ୍ତି ଓ ଟାଙ୍ଗୀ ରେଂଜର ଦେବାଶିଷ ଭୋଇ ପହଞ୍ଚି ତଦନ୍ତ କରି କରିଥିବାବେଳେ  ଟାଙ୍ଗୀ ଓ ନିରାକାର ପୁର ପ୍ରାଣୀ ଚିକିତ୍ସିକ ଉପସ୍ଥିତ ରହି ହାତୀ ର ମୃତ ଶରୀରକୁ ବ୍ୟବଛେଦ କରିଥିଲେ।ଗତକାଲି ବ୍ୟବଛେଦ ରିପୋର୍ଟ ମିଳିଛି। ଏହି ରିପୋର୍ଟ ଅନୁଯାଇ ହାତୀ ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି।। ଆଜି ରେଞ୍ଜର୍  ଦେବାଶିଷ ଭୋଇ,  ଟାଙ୍ଗୀ ଅତିରିକ୍ତ ତହସିଲଦାର ନିରଞ୍ଜନ ବେହେରା, ଜଙ୍କିଆ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଅମିତାଭ ମଙ୍ଗରାଜ, , ଖୋର୍ଦ୍ଧା ରେଂଜର ଜୟକୃଷ୍ଣ ପଣ୍ଡା,ଜଙ୍କିଆ ଥାନା ପୋଲିସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଉକ୍ତ ଗ୍ରାମକୁ ଯାଇ ଘଟଣାସ୍ଥଳ ରେ ପହଞ୍ଚି ପଚରାଉଚରା କରିବାକୁ ଚାହିଁଲା ବେଳେ ଉକ୍ତ ଘଟଣାସ୍ଥଳ ନିକଟ କିଛି ଘର ମୂରବୀ ଏମାନଙ୍କୁ ଦେଖାଦେଇ ନ ଥିଲେ  ହାତୀ ମୃତ୍ୟୁବରଣ କରିଥିବା ସ୍ଥାନ ନିକଟରେ ଗ୍ରାମର କିଛି ବ୍ୟକ୍ତି ନିଜ ବାଡ଼ିରେ ପନିପରିବା ଚାଷ କରିଥିବା ଦେଖାଯାଇଥିଲା। ଫଳରେ ଏମାନଙ୍କର ସନ୍ଦେହ ବଢିଥିଲା ଓ ତାଙ୍କ ପନିପରିବା ବଞ୍ଚାଇବାକୁ  ତାର ଘେରାଉ କରିଥିବା ବୋଲି ସନ୍ଦେହ କରି ଚାଷୀ  ପିତା କୃଷ୍ଣ ଚନ୍ଦ୍ର ଛୋଟରାୟ, ପୁତ୍ର  ବିକ୍ରମ ଛୋଟରାୟ ,  ପିତା ପୂର୍ଣ୍ଣ ଚନ୍ଦ୍ର ଛୋଟରାୟ ଓ ପୁତ୍ର ପ୍ରଦୀପ କୁମାର ଛୋଟରାୟଙ୍କ ନାମରେ ବନ ବିଭାଗ କେସ ନଂ ୮/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇଙ୍କ ଠାରୁ ଜଣାପଡିଛି।    ପ୍ରକାଶ ଥାଉ କି ଚାଷୀଭାଇ ମାନେ ହାଡ଼ଭଙ୍ଗା ପରିଶ୍ରମ ସହିତ ଟଙ୍କା ବ୍ୟୟ କରି ବିଭିନ୍ନ ଚାଷ କରୁଥିବା ବେଳେ ହାତୀ ମାନେ ଫସଲ କୁ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି ଫଳରେ ଚାଷୀମାନଙ୍କ ମଧ୍ୟରେ ରାଗ ଆସୁଛି। ଯାହା ଫଳରେ ବିଭିନ୍ନ କୈଶଳ ଆପଣେଇ ହାତୀ କୁ ମାରିବାକୁ ମଣିଷ ପଛାଉ ନାହାଁନ୍ତି। ବେଳେ ବେଳେ ଫସଲ କୁ ରକ୍ଷା କରିବା କୁ ଯାଇ ହାତୀ କୁ ଘ ଉଡାଇବା ସମୟରେ ଚାଷୀର ମୃତ୍ୟୁ ହେଉଥିବା ଜଣାପଡିଛି। ହାତୀ ର ସୁରକ୍ଷା ସହିତ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ସରକାର ସ୍ଥାୟୀ ବ୍ୟବସ୍ଥା କରିବାକୁ ସାଧାରଣ ଦାବି ହେଉଛି। ଚାଷୀ ମାନଙ୍କୁ ଫସଲ ସୁରକ୍ଷା ପାଇଁ ସୈାର ବାଡ ର ବ୍ୟବସ୍ଥା କରିବାକୁ ସରକାର ରିହାତି ରେ ଯୋଗାଇ ଦେଲେ କୈାଣସି ବନ୍ୟପ୍ରାଣୀ ର ମୃତ୍ୟୁ ହୁଅନ୍ତା ନାହିଁ ଅନ୍ୟ ପକ୍ଷରେ ଚାଷୀ ମାନଙ୍କ ଫସଲ ସୁରକ୍ଷା ହୋଇପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *