ଜୟପୁର ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ଭୁବନ ୧୬/୦୪/୨୦୨୬ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତ ଜୟପୁର ସରକାରୀ ଉପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚତୁର୍ମୟୀ ମାଝୀ ଙ୍କ ସଭାପତିତ୍ବ ଓ ଗଡନୃସିଂହ ପ୍ରସାଦ ସି ଆର ସି ସି ବିକ୍ରମ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏ ବି ଇ ଓ ଶ୍ରୀମତୀ ସୁମତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫଳତା ହାସଲ କରିବାକୁ ହେଲେ କଠିନ ପରିଶ୍ରମ ସହିତ ସମୟର ସଦୁପଯୋଗ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ଏ ବି ଇ ଓ ଦୁଷ୍ମନ୍ତ କୁମାର ମିଶ୍ର ଯୋଗଦେଇ ବିଦ୍ୟାଳୟ ପରିଚାଳନା କମିଟିର ଟିମ୍ ସ୍ପିରିଟ କୁ ଉଚ୍ଚ ପ୍ରଶଂସା କରିଥିଲେ। ଅଭିଭାବକ,ପରିଚାଳନା କମିଟି ଓ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସମନ୍ଵୟ ରହିଲେ ବିଦ୍ୟାଳୟର ଉନ୍ନତି ହେବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବି ଆର ସି ସି ଶ୍ରୀମତୀ ରାଜଲକ୍ଷ୍ମୀ ଟୁଡୁ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଶ୍ରୀମତୀ ସୁକାନ୍ତି ମାଝୀ ଯୋଗଦେଇଥିଲେ ।

ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସତ୍ୟାନନ୍ଦ ସାହୁ ଙ୍କ ସମେତ ସହକାରୀ ଶିକ୍ଷୟିତ୍ରୀ ସାଇପ୍ରିୟା ପଣ୍ଡା,ଶୁଭଲକ୍ଷ୍ମୀ ମାଝୀ,ସସ୍ମିତା ବାଗ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *