ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ  ଜନ୍ମ ଜୟନ୍ତୀ ପାଳିତ

ଜଗତସିଂହପୁର ୨୩/୧୧/୨୦୨୪ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ  ବିଶିଷ୍ଟ  ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଙ୍କ ଜନ୍ମ ଜୟନ୍ତୀ ପାଳିତ  ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ଥିବା ତାଙ୍କ ପ୍ରତିମୂର୍ତ୍ତି ରେ  ଜିଲ୍ଲାପାଳ ଶ୍ରୀ  ଜେ ସୋନାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଜଗତସିଂହପୁର ର ଗର୍ବ ନବକୃଷ୍ଣ ଚୌଧୁରୀ ଜଗତସିଂହପୁର ଜିଲ୍ଲାର ଖେରସ ଗାଁରେ ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ ଜନ୍ମ ନେଇଥିଲେ । ଏକାଧାର ରେ ସେ ଜଣେ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଲେଖକ ଥିଲେ । ଆଜି ତାଙ୍କର ପବିତ୍ର ଜନ୍ମ ତିଥି ରେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା,ଦୀପକ ପଟ୍ଟନାୟକ ପ୍ରମୁଖ  ଉପସ୍ଥିତ ରହି ସେହି ମହାନ ଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *