ଗଣିଆ,୧୮/୧୦/୨୦୨୬ (ଓଡ଼ିଶା ସମାଚାର)-ନୟାଗଡ଼ ଜିଲା ଅନ୍ତର୍ଗତ ଗଣିଆ ଥାନା ପୋଲିସ ଶନିବାର ଗୋଟିଏ ଚୋରା ଦେଶୀ ବନ୍ଧୁକ ସହ ୪ଟି ଦେଶୀ ଗୁଳି ଜବତ କରିଛି । ସୂଚନା ମୁତାବକ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ,ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ସାହା ଆଲାମ ଖାଁ ଏକ ବିଶେଷ ସୂତ୍ରରୁ ଖବର ପାଇ ବଡଶିଲିଙ୍ଗା ପଂଚାୟତର ତାଲାବାରୀ ଗ୍ରାମରେ ପହଂଚି ଜଳଧର ମଲ୍ଲିକଙ୍କ ପୁଅ ପ୍ରତାପ ମଲ୍ଲିକ ଙ୍କ ଘରେ ଅଚାନକ ଚଢାଉ କରି ଗୋଟିଏ ଚୋରା ଦେଶୀ ବନ୍ଧୁକ ସହ ୪ଟି ଦେଶୀ ଗୁଳି ଜବତ କରିବା ସହିତ ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ପ୍ରତାପଙ୍କୁ ଗିରଫ କରି ଗଣିଆ ଥାନାକୁ ଆଣି ଅଧିକ ପଚରା ଉଚରା ଜାରି ରଖିଥିବା ଜଣାପଡିଛି ।ଏଥିନେଇ କେସ ନମ୍ବର ୧୫୩/୨୬ ରେ ଏକ ମାମଲା ରୁଜୁ କରିଛି ଗଣିଆ ପୋଲିସ ।
ଚୋରା ଦେଶୀ ବନ୍ଧୁକ ସହ ୪ ଦେଶୀ ଗୁଳି ଜବତ
