ଜୁନାଗଡ଼,୩୦/୦୩/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଚଳିତ ୨୦୨୪-୨୫ ବର୍ଷ ପାଇଁ ଜୁନାଗଡ଼ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଭାବେ କୈଳାସ ଚନ୍ଦ୍ର ଚୌଧୁରୀ, ଉପ ସଭାପତି ନୀଳକଣ୍ଠ ମିଶ୍ର, ସମ୍ପାଦକ ହିମାଂଶୁ ଶେଖର ବରାଡ଼ ସହ ସମ୍ପାଦକ ଧନେଶ୍ୱର ନାଏକ ଓ ଲୋକନାଥ ମଙ୍ଗରାଜ ଓ ଲାଇବ୍ରେରୀ ସମ୍ପାଦକ ମିଳାପ ଚନ୍ଦ ଜୈନ, କୋଷାଧ୍ୟକ୍ଷ କାଳନ୍ଦୀ ଚରଣ ପାଣିଗ୍ରାହୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ।
ସେହିପରି ସାତ ଜଣ କାର୍ୟ୍ୟକାରୀ ସଦସ୍ୟ ଭାବେ ସୁରେଶ ଚନ୍ଦ୍ର ପଣ୍ଡା, ମଦନ ମୋହନ ସାହୁ, ଅଶୋକ କୁମାର ପାତ୍ର, ବାଲକୃଷ୍ଣ ଅଚାରୀ, ନରେନ୍ଦ୍ର କ୍ଷିତି,ଶ୍ରୀମତୀ ଜୁଲିରାଣୀ ନାୟକ, ସୁଧାଂଶୁ ଶେଖର ବରାଡ଼ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ଜୁନାଗଡ଼ ଓକିଲ ସଂଘ ନିର୍ବାଚନ : କୈଳାସ ଚୌଧୁରୀ ସଭାପତି, ହିମାଂଶୁ ବରାଡ଼ ସମ୍ପାଦକ ନିର୍ବାଚିତ
