ଗରଦପୁର,୧୭/୧୧/୨୦୨୪ (ଓଡ଼ିଶା ସମାଚାର)- ନିଖିଳ ଉତ୍କଳ ପାଟରା ସମିତି ପାଟବୈଶ୍ୟ ମହାସଭା , ପୁରୀ ର ଆଂଚଳିକ ବାଲୁବିଶି ଚକଲାର ସାଧାରଣ ଅଧିବେଶନ ଗରଦପୁର ବ୍ଲକ୍ ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଆଳିଜଙ୍ଗା ଥାନ ଆନୁକୂଲ୍ୟରେ ଆଜି (ରବିବାର) ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲୁବିଶି ଚକଲାର ସଭାପତି ଦିନବନ୍ଧୁ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ମହାସଭାର ସଭାପତି ଡ଼ ରୁଦ୍ର ନାରାୟଣ ପୃଷ୍ଟି , ଉପ ସଭାପତି ଆଲୋକ ଚନ୍ଦ୍ର ସାହୁ, ସମ୍ପାଦକ ଦିବାକର ସାହୁ ଯୋଗଦେଇ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଅସୁରେଶ୍ୱର ଚକଲାର ସଭାପତି ନୃସିଂହ ପାତ୍ର, ସମ୍ପାଦକ ପ୍ରଫୁଲ ନାୟକ, ବାଲୁବିଶି ଚକଲାର ଥାନପତି,ବଡ଼ ଥାନ ପତି , ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ ଚକଲା ପ୍ରତିନିଧି ଯୋଗ ଦେଇଥିଲେ । ବାଲୁବିଶି ଚକଲାର ସମ୍ପାଦକ ଆଲୋକ ସାହୁ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ଆଲୋଚନା ପରେ ତାହାକୁ ଦୃଢ଼ୀକରଣ କରାଯାଇଥିଲା । ଆଳିଜଙ୍ଗା ଥାନପତି ଶ୍ରୀକାନ୍ତ ସେନାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଆଳିଜଙ୍ଗା ଥାନର ଦଶଘର ଭାଇ ସୁବାସ ସେନାପତି, ଶିବ ପ୍ରସାଦ ବୈଶାଖ, ଦୀପକ ସେନାପତି, ଚନ୍ଦ୍ରକାନ୍ତ ସେନାପତି, ଦେବପ୍ରସାଦ ବୈଶାଖ, ଅକ୍ଷୟ ସେନାପତି ପ୍ରମୁଖ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଳିଜଙ୍ଗା ଥାନର ବୟୋଜ୍ୟେଷ୍ଠ ମୁରବୀ ବାବାଜୀ ସେନାପତିଙ୍କୁ ମହାସଭାର ସଭାପତି ଡ଼ ରୁଦ୍ରନାରାୟଣ ପୃଷ୍ଟି ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ବୈଠକରେ ଚାରିପାତ୍ର ତ୍ରିଲୋଚନ ପାତ୍ର, ଚାରିପାତ୍ର ଗନ୍ଧର୍ବ ବୈଶାଖ, ମହାସଭାର ପୂର୍ବତନ ସମ୍ପାଦକ ରବି ମହାପାତ୍ର, ଥାନପତି ନନ୍ଦ କିଶୋର ବେହେରା,ଥାନପତି ଶରତ ଚନ୍ଦ୍ର ସାହୁ, ଥାନ ପ୍ରତିନିଧି ହେମନ୍ତ କୁମାର ସାହୁ ଓ ପ୍ରଫୁଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ବାଲୁବିଶି ଚକଲାର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ଦିନବନ୍ଧୁ ସାହୁ ସଭାପତି, କରୁଣାକର କବି ଉପସଭାପତି, ଅଭିରାମ ଷେଣ୍ଢ ସମ୍ପାଦକ, ଗୋପାଳ ସାହୁ ସହ ସମ୍ପାଦକ , ଅନ୍ତର୍ଯ୍ୟାମୀ ସାହୁ ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବାବେଳେ ଦୀନବନ୍ଧୁ ସାହୁ, ଆଲୋକ ଚନ୍ଦ୍ର ସାହୁ, ହେମନ୍ତ କୁମାର ସାହୁ ଓ ପ୍ରଫୁଲ କୁମାର ସାହୁଙ୍କୁ ଚକଲା ପ୍ରତିନିଧି ଭାବେ ମନୋନୀତ କରାଯାଇଥିଲା । ପୁରୀ ଠାରେ ଆସନ୍ତା ଡ଼ିସେମ୍ବର ମାସ ୬,୭ ଓ ୮ ତିନି ଦିନ ଧରି ହେବାକୁ ଥିବା ମହାସଭାରେ ଯୋଗଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯିବା ସହିତ ସନନ୍ଦ ପତ୍ର ବଂଟନ କରାଯାଇଥିଲା । ଶେଷରେ ଆଳିଜଙ୍ଗା ଥାନପତି ଶ୍ରୀକାନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।