ରାଉରକେଲା, ୧୭/୧୧/୨୦୨୪ (ଓଡ଼ିଶା ସମାଚାର)- ସେକ୍ଟର ୧୬ସ୍ଥିତ ଡିଏଭି ବିଦ୍ୟାଳୟରେ ବିଜ୍ଞାନ, ଗଣିତ ଓ ଚିତ୍ରାଙ୍କନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ପ୍ରଦତ୍ତ ବିଷୟକୁ ଆଧାର କରି ପ୍ରଥମରୁ ଦଶମଶ୍ରେଣୀ ଛାତ୍ରଛାତ୍ରୀ ସ୍ବପ୍ରସ୍ତୁତ ଚାର୍ଟ, ମଡେଲ,ଛବି ଓ କ୍ରାଫ୍ଟ ସହ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ଆମନ୍ତ୍ରିତ ବିଚାରକ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଓ ଉପସ୍ଥାପନାକୁ ଦୃଷ୍ଟିରେ ରଖି କୃତୀ ଛାତ୍ରଛାତ୍ରୀ ଚୟନ କରିଥିଲେ। ଏହା ସହ ବିଦ୍ୟାଳୟର ପ୍ରାଙ୍ଗଣରେ ନୃତ୍ୟ ଗୀତ ପ୍ରତିଯୋଗିତା ସହ ପୁସ୍ତକ ମେଳା ଅନୁଷ୍ଠିତ ହୋଇଥିଲା। ନୃତ୍ୟ ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କୃତି ଛାତ୍ରଛାତ୍ରୀଙ୍କ ଚୟନ ହୋଇଥିଲା। ଏପ୍ରକାର ପ୍ରଦର୍ଶନୀ ତଥା ପ୍ରତିଯୋଗିତା ଅନୁଷ୍ଠିତ ହେବାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ସ୍ଫୁରଣ କରିବା। ପ୍ରଧାନ ଶିକ୍ଷୟତ୍ରୀ ଯଶବିନ୍ଦର କୌରଙ୍କ ତତ୍ତ୍ବାବଧାନରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ପ୍ରଦର୍ଶନୀ କାର୍ୟ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଥିଲା।