ଜନଜାତି ଗୌରବ ଦିବସ ପାଳିତ।

କାକଟପୁର,୧୭/୧୧/୨୦୨୪ (ଓଡ଼ିଶା ସମାଚାର)- କାକଟପୁର ବ୍ଳକ କଂଟାପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଲରା ଗ୍ରାମରେ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଅର୍ଜୁନ ଦାଶଙ୍କ ଦ୍ଵାରା ପ୍ରତିଷ୍ଠିତ ସେବାଶ୍ରମ ବିଦ୍ୟାଳୟରେ ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଓ ଜନଜାତି ଗୌରବ ଦିବସ ପାଳନ କରାଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସରଳା ଦଳେଇଙ୍କ  ସଭାପତିତ୍ବରେ ଅନୁଷ୍ଠିତ ପିତାମାତା ସହଭାଗିତା ବୈଠକରେ ମୁଖ୍ୟ ଅତିଥି ବ୍ଳକ ଶିକ୍ଷାଧିକାରୀ ଦିଲ୍ଲିପ କୁମାର ଜେନା, ସମ୍ମାନିତ ଅତିଥି ସହ ଶିକ୍ଷାଧିକାରିଣୀ ମନୋରମା ବିଶ୍ୱାଳ, ଅବସରପ୍ରାପ୍ତ ସହ ଶିକ୍ଷାଧିକାରିଣୀ ପଙ୍କଜିନୀ ଦେଇ, ସିଆରସିସି ରଞ୍ଜିତ କୁମାର ନାୟକ,ଏସଟି ଏସି ବିଭାଗର ଡାଟା ଅପରେଟର ପ୍ରକାଶ କୁମାର ସାହୁ, ସ୍କୁଲ ପରିଚାଳନା କମିଟିର ସଭାପତି ଗୌତମ ଦାସ ପ୍ରମୁଖ ଯୋଗଦେଇ ତତ୍ କାଳୀନ ସମୟରେ ସ୍ବାଧୀନତା ପାଇଁ ବିର୍ସା ମୁଣ୍ଡାଙ୍କ ସଂଘର୍ଷ ମୟ ଜୀବନ ଉପରେ ଆଲୋକପାତ କରିଥିଲେ।ସେ ଜଣେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହୋଇଥିଲେ ମଧ୍ୟ ଦେଶମାତୃକାର ସେବାପାଇଁ ତିଳ ତିଳ କରି ନିଜ ଜୀବନକୁ ବାଜି ଲଗାଇ ବର୍ତ୍ତମାନର ଦାୟାଦ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଅତିଥିମାନେ କ‌ହିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ, ଏନିମିଆ,ରୋଗ ଉପରେ ସଚେତନତା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପୋଷଣ ଖାଦ୍ୟ ଉପରେ ଷ୍ଟଲ ମାନ ପକାଯାଇଥିଲା। ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ସିଲ୍ ପ୍ରଦାନ କରାଯାଇଥିଲା। ସହକାରୀ ଶିକ୍ଷକ ସୂର୍ଯ୍ୟକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *