ସୁବର୍ଣ୍ଣରେଖା ଆନୁକୁଲ୍ୟରେ ନିଶୁଳ୍କ ହାର୍ଣ୍ଣିଆ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ.

ରାଉରକେଲା,୨୩/୦୨/୨୦୨୫(ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )-ସୁବର୍ଣ୍ଣରେଖା ଓ ସାଇ ଲାପାରସ୍କୋପିକ ହସ୍ପିଟାଲ, ସିଭିଲ ଟାଉନସିପ, ସହଯୋଗରେ ଏକ ନିଶୁଳ୍କ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ପ୍ରତାପ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସହଯୋଗୀ କୁଶଳୀ ଟେକନିସିଆନ ମାନଙ୍କ ଉପସ୍ଥିତିରେ ଏହି ଅସ୍ତ୍ରୋପଚାର କାର୍ଯ୍ୟ ସମ୍ପାଦିତ ହୋଇଯାଇଛି।

ଏହି ଶିବିରରେ ଲାଠିକଟା ଓ ରାମଯୋଡି ଅଞ୍ଚଳର ଗରିବ ଅନଗ୍ରସର ରୋଗୀଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ତଦାରଖ ପରେ  ଆଠ ଜଣ ରୋଗୀଙ୍କ ଠାରେ ଅସ୍ତ୍ରୋପଚାର ହେବାକୁ ସ୍ଥିର ହୋଇଥିଲା । ନିଶୁଳ୍କ ହାର୍ଣ୍ଣିଆ ହାଇଡ୍ରୋସିଲ ଅସ୍ତ୍ରୋପଚାର, ରୋଗୀଙ୍କ ପାଇଁ ଔଷଧ, ଆନୁସାଙ୍ଗିକ ସହାୟତା ସମ୍ପୂର୍ଣ୍ଣ ଦୁଇ ସହଯୋଗୀ ବହନ କରିଥିଲେ। ଅସ୍ତ୍ରୋପଚାର ସମ୍ପନ୍ନ ପରେ ବାସନ୍ତୀ କଲୋନୀ ସ୍ଥିତ ଅନୁଷ୍ଠାନର ନିଜସ୍ଵ କାର୍ଯ୍ୟାଳୟ ବ୍ୟାସ ଭବନରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠାନ ବିଗତ ୨୩ ବର୍ଷ ଧରି ଏହି କାର୍ଯ୍ୟକ୍ରମ ହାତକୁ ନେଉଛି ବୋଲି ସଭାପତି ମନୋରଞ୍ଜନ ଦାସ ସୂଚନା ଦେଇଥିଲେ। ବରିଷ୍ଠ ଶଲ୍ୟ ଚିକିତ୍ସକ ତଥା ଅନୁଷ୍ଠାନର ଉପଦେଷ୍ଟା ଡାକ୍ତର ପ୍ରତାପ ଚନ୍ଦ୍ର ଜେନା ଓ ତାଙ୍କ ସହଧର୍ମିଣୀ ରେଣୁବାଳା ଜେନାଙ୍କ ଏତାଦୃଶ ମହତ କାର୍ଯ୍ୟ କରି ଆସୁଥିବାରୁ  ଅନୁଷ୍ଠାନ ତରଫରୁ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା।

କାର୍ଯ୍ୟକ୍ରମ କୁ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା ଶିବିର ସଭା ସଂଯୋଜନା କରିବା ସହ ସମସ୍ତ ରୋଗୀଙ୍କ ଶିଘ୍ର ଆରୋଗ୍ୟ କାମନା କରିଥିଲେ । ଦନ୍ତ ଚିକିତ୍ସକ ଡାକ୍ତର ସମୀକ୍ଷା ଜେନା ଉପସ୍ଥିତ ଥିବା ସଦସ୍ୟ ସଦସ୍ୟାଙ୍କ ନିଶୁଳ୍କ ଦାନ୍ତ ଚିକିତ୍ସା କରିଥିଲେ ।

ଆଜିର ଏହି ଶିବିର ପାଇଁ ହସ୍ପିଟାଲର ଭଗବାନ ମହାରଣା, ରମାକାନ୍ତ ପଲାଇ,ବିଶିକେଷନ ସାହୁ,ସୁନୀତି ହାରୋ, ପ୍ରତିମା ବାରା,ମୁଶ୍କାନ ମୁଖି ଓ ଅନୁଷ୍ଠାନ ତରଫରୁ ରାଜୀବ ପାତ୍ର, ରାଧାକୃଷ୍ଣ ଦଳପତି,ସୁବ୍ରତ କୁମାର ଜେନା, କନକଲତା ଜେନା, ପରମେଶ୍ବର ମହାରଣା, ପର୍ଶୁରାମ ମଲ୍ଲିକ, ମହେନ୍ଦ୍ର କୁମାର ମହାଳିକ,ତଅପୋଇ ମାଝୀ, ବରୁଣ ମାଝୀ,ବନବିହାରୀ ରଣା, ବାଲୁକିଶୋର ପାତ୍ର, ଶ୍ରୀକାନ୍ତ ଦାସ, ପ୍ରଫୁଲ୍ଲ ସାହୁ, ପୂଜା ଗିରି,ଆନନ୍ଦ ଗିରି, ଦମୟନ୍ତୀ ବେହେରା ବ୍ରଜ ପରିଡ଼ା ପ୍ରମୁଖ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ଆଇନ ପରାମର୍ଶଦାତା ତଥା ଉପଦେଷ୍ଟା ଆଇନଜୀବୀ କମଳ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *