ସାମ୍ବାଦିକ ସଂଘ ବରୀ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ।

ଯାଜପୁର,୧୬/୧୧/୨୦୨୪ (ଓଡ଼ିଶା ସମାଚାର)- ଜାତୀୟ ରାଜନୀତି ଠାରୁ ଆରମ୍ଭ କରି ସାମାଜିକ ମୂଲ୍ୟବୋଧ, ସମାଜ ସଂସ୍କାର ଓ ସାଧାରଣ ଲୋକଙ୍କ ନ୍ୟାୟ ପାଇଁ ସବୁ ସମୟ ରେ ଲଢେଇ କରିଥାଏ ଗଣମାଧ୍ୟମ ।  ଜାତୀୟ ଗଣମାଧ୍ୟମ ଦିବସ ଉପଲକ୍ଷେ ବରୀ ବଜାର ଶକ୍ତିପୀଠ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣ ରେ  ସାମ୍ବାଦିକ ସଂଘ ବରୀ  ର ସଭାପତି ପ୍ରଶାନ୍ତ ଦ୍ବିବେଦୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ସେ ଏଭଳି ମତ ପ୍ରକାଶ ପାଇଅଛି। ସାମ୍ବାଦିକତା ବୃତ୍ତି ନ ହୋଇ ପେଶା ଅପେକ୍ଷା ସାଧାରଣ ଲୋକଙ୍କ ସମସ୍ୟା କୁ ଗୁରୁତ୍ଵ ଦେଇ ଏହାର ସମାଧାନ କରିବା କ୍ଷେତ୍ର ରେ ଜଣେ ଗଣମାଧ୍ୟମ ପ୍ରତିନିଧି ସକାରାତ୍ମକ ଚିନ୍ତାଧାରା ଭିତରେ ନିଜର ଦାୟିତ୍ଵ ପାଳନ କରେ ସେଥିପାଇଁ ବିଭିନ୍ନ ବର୍ଗର ଲୋକମାନେ ତାଙ୍କୁ ହିଁ  ପ୍ରଶଂସା କରିଥାନ୍ତି।

ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ଗଣମାଧ୍ୟମ ନିରପେକ୍ଷ ନୁହେଁ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କ ପକ୍ଷ ଭାବେ କାର୍ଯ୍ୟ କରିବା  ଆବଶ୍ୟକ ବୋଲି ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି। ଗଣମାଧ୍ୟମ ପରିବର୍ତ୍ତନଶୀଳ ,ଆମକୁ ଆଗକୁ ବହୁ ଚ୍ୟାଲେଞ୍ଜ ଦେବାକୁ ପଡିବ ବୋଲି ସାମ୍ବାଦିକ ସୁରେଶ କର ନିଜ ଅଭିଭାଷଣ ରେ ମତ ପ୍ରକାଶ କରିଥିଲେ । ଯୁବସାମ୍ବାଦିକ ସତ୍ୟଜିତ ବାରିକ ସଂଙ୍ଘୀୟ ବ୍ୟବସ୍ଥା କୁ ଦୃଢ଼ କରି କାମ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଦର୍ଶନୀ ବେହେରା, ପ୍ରଦୀପ ମହାରଣା ,ପ୍ରଭାତ ସାହୁ ଓ ମଧୁ ଜେନା ଉପସ୍ଥିତ ରହି ମତ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *