ଗୋଲାମୁଣ୍ଡା,୧୬/୧୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ): କଳାହାଣ୍ଡି ଜିଲା ଗୋଲାମୁଣ୍ଡାସ୍ଥିତ କଲ୍ୟାଣମଣ୍ଡପ ଠାରେ ଶନିବାର ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲା ସାମ୍ବାଦିକ ୟୁନିୟନ (ଓୟୁଜେ)ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ଜିଲା ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ମୁଖ୍ୟ ଅତିଥି ଭାବେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ,ସ୍ୱତନ୍ତ୍ର ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ,
ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ,ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା,ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ,ଜିଲା କାର୍ୟ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ,ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଇଙ୍ଗିତ ପଣ୍ଡା,ବରିଷ୍ଠ ଖବରଦାତା ସ୍ୱାଧୀନ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଜିଲାର ବିକାଶ ପାଇଁ ଖବରଦାତା ମାନଙ୍କ ସହଯୋଗ ଓ ଖବର ପରିବେଷଣ ଆବଶ୍ୟକ ଉପରେ ଜିଲାପାଳ କହିଥିଲେ।ସେହିପରି ସାମ୍ବାଦିକ ସୁରକ୍ଷା ଆଇନ,ପେନସନ ସ୍ୱାସ୍ଥ୍ୟ ଆଦି ଉପରେ ସରକାରଙ୍କ ଉପରେ ଦାବି କରାଯାଇଥିଲା। ମଞ୍ଚକୁ ବରିଷ୍ଠ ଖବରଦାତା ଅଂଶୁମାନ ପାତ୍ର ପରିଚାଳନା କରିଥିବାବେଳେ ଜିଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ବାର୍ଷିକ ବିବରଣୀ ପରିଚାଳନା କରିଥିଲେ।
ଗୋଲାମୁଣ୍ଡାରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ: ବିକାଶ ପାଇଁ ଖବରଦାତାଙ୍କ ସହଯୋଗ ଆବଶ୍ୟକ ।
