ସ୍ୱାଭାବିକ ହେଲା ଉଦଵୃତ୍ତ ଜଳ ନିଷ୍କାସନ ଓ ରାସ୍ତା, ‘ ଓଡିଶା ସମାଚାର ‘ କୁ ଧନ୍ୟବାଦ ଜଣାଇଲେ ସରପଂଚ 

କଟକ ସଦର ,୨୫/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏନ୍ ଏଚ୍ ଏ ଆଇ,ଜଳ ନିଷ୍କାସନ,ଗ୍ରାମ୍ୟ ଉନ୍ନୟନ ବିଭାଗର ସମନ୍ବୟ ଅଭାବରୁ କନ୍ଦରପୁର ଓ ଆୟତପୁର ପଞ୍ଚାୟତର ବହୁ ଚାଷଜମି ଓ ଘର ଜଳମଗ୍ନ ହେବା ସମ୍ପର୍କରେ ବାରମ୍ବାର ‘ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶ ପାଇ ଆସୁଥିଲା। ଏହି ସମସ୍ୟାର ଆଶୁ ସମାଧାନ ପାଇଁ ଆୟତପୁର ସରପଂଚ ରାକେଶ ବେହେରା ଦୁଇ ଦୁଇ ଥର ଅନଶନ ଧାରଣା ମଧ୍ୟ ଦେଇଥିଲେ।

ଏଥିପାଇଁ ଏନ୍ ଏଚ୍ ଏ ଆଇ ବିଭାଗ ପକ୍ଷରୁ ଏ ଆର୍ ଏସ୍ ଏସ୍ ଠିକା ସଂସ୍ଥା ଜରିଆରେ ଗତକାଲି ଶୁକ୍ରବାର ରାତିରେ କନ୍ଦରପୁର ଠାରେ ଗ୍ରାମ୍ୟ ଉନ୍ନୟନ ରାସ୍ତାର ହଂସୁଆ ନିଷ୍କାସନ ସଫେଇ ଉପରେ ବଡ଼ ବଡ଼ ହ୍ୟୁମ ପାଇପ୍ ପକାଇ ଜଳ ନିଷ୍କାସନ ସମସ୍ୟାର ସମାଧାନ କରିଥିଲେ। ହେଲେ ଆଜି ଶନିବାର ଦିନ ଯାତାୟାତ ର ସୁବିଧା ପାଇଁ ଉକ୍ତ ସ୍ଥାନରେ ରାସ୍ତାର ଉନ୍ନତିକରଣ କରାଯାଇଥିବା ଜଣାପଡିଛି। ସମସ୍ୟାର ସମାଧାନରେ ଆନ୍ତରିକ ଉଦ୍ୟମ ପାଇଁ ‘ ଓଡିଶା ସମାଚାର ‘ ସହିତ ବିଭାଗୀୟ ଅଧିକାରୀ ମାନଙ୍କୁ ଆୟତପୁର ସରପଂଚ ରାକେଶ ବେହେରା ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *