ମା ମାଣିକେଶ୍ଵରୀ ୟୁନିଭରସିଟି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଜୁନାଗଡ଼,୧୬/୧୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ମା ମାଣିକେଶ୍ଵରୀ ୟୁନିଭରସିଟି ଦ୍ଵାରା ଅୟୋଜିତ ଇଣ୍ଟର୍ କଲେଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ଆୟୋଜନ ଜୁନାଗଡ ଇଣ୍ଡୋର ଷ୍ଟାଡିୟମ ରେ ଆଜି ଅୟୋଜିତ କରିଥିଲା ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ୟୁନିଭରସିଟି ଅଧୀନରେ ଥିବା କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ମୋଟ ୨୩ ଟି କଲେଜ ମହିଳା ଓ ପୁରୁଷ ବିଭାଗରେ ଭାଗ ନେଇଥିଲେ ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମେଜର ଜୟଦେବ ସାହୁ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ସ୍ପୋର୍ଟ ଡିରେକ୍ଟର ଡକଟର ଘନଶ୍ୟାମ ବେହେରା ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ, ଶ୍ରୀ ବିଭୁତି ଭୂଷଣ ମେହେର ଅଧ୍ୟକ୍ଷ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ସଭାପତିତ୍ବ କରିଥିଲେ, ଶ୍ରୀ ସରୋଜ କୁମାର ପଣ୍ଡା କାର୍ୟ୍ୟକାରିଣୀ ସଭାପତି ଜୁନାଗଡ ବ୍ୟାଡମିଣ୍ଟନ ଏସୋସିଏସନ, ପ୍ରଫେସର ହଲଧର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ମେହେର ପ୍ରାଧ୍ୟାପକ ଆୟୋଜକ ସମ୍ପାଦକ, ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀ ପ୍ରିୟବ୍ରତ ବାଣୁଆ, ଖେଳକୁ ପରିଚାଳନା କରିଥିଲେ ଶ୍ରୀ ରାକେଶ କୁମାର ବେମାଲ, ଶ୍ରୀ ସୁମନ ପାଣିଗ୍ରାହୀ, ରୋଜାଲିନ ନାୟକ, ଜଳି ପରାଭୋଇ, ଶିବାନୀ ଭାଟି ଓ ସମୀର କୁମାର ସାହୁ, ଉଦଯାପନୀ ଉତ୍ସବରେ କଳାହାଣ୍ଡି ବ୍ୟାଡମିଣ୍ଟନ ଏସୋସିଏସନ ର ସଭାପତି ଶ୍ରୀ ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସମ୍ମାନିତ ଅତିଥି ଭାବେ ଶ୍ରୀ ସନ୍ଦୀପ କୁମାର ମିଶ୍ର ସମ୍ପାଦକ, କଳାହାଣ୍ଡି ବ୍ୟାଡମିଣ୍ଟନ ଏସୋସିଏସନ, ଯୁଗ୍ମ ସମ୍ପାଦକ ଶ୍ରୀ ଦୀପକ ସାଗର କୁମାର, ଓଡିଶା ଷ୍ଟେଟ ବ୍ୟାଡମିଣ୍ଟନ ଏସୋସିଏସନ ର ଅମ୍ପାୟାର ମାନଙ୍କର ଡେପୁଟି ଚେୟାରମ୍ୟାନ ଶ୍ରୀ ମନୋରଞ୍ଜନ ଦାସ, ଅଧ୍ୟକ୍ଷ ଶ୍ରୀ ବିଭୁତି ଭୂଷଣ ମେହେର, ଶ୍ରୀ ହଳଧର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ମେହେର, ମଂଚ ପରିଚାଳନା କରିଥିଲେ ଶ୍ରୀ ପ୍ରିୟବ୍ରତ ବଣୁଆ, ଶେଷରେ କୃତି ଖେଳାଳି ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଟିମ୍ ଇଭେଣ୍ଟ ରେ ପୁରୁଷ ବିଭାଗରେ ଖରିଆର ଅଟୋନୋମସ କଲେଜ ଚାମ୍ପିଅନ୍ ହୋଇଥିବାବେଳେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଉପବିଜେତା ହୋଇଥିଲେ, ସେହିଭଲି ମହିଳା ବିଭାଗରେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ, ଜୁନାଗଡ ଚାମ୍ପିଅନ୍ ହୋଇଥିବାବେଳେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଉପବିଜେତା ହୋଇଥିଲେ । ବ୍ୟକ୍ତିଗତ ପ୍ରତିଯୋଗୀତା ର ପୁରୁଷ ବିଭାଗରେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ସୁବ୍ରତ ପଟ୍ଟନାୟକ ଚାମ୍ପିଅନ୍ ହୋଇଥିବାବେଳେ ଖରିଆର ଅଟୋନୋମସ କଲେଜ ର କିରଣ ଧାରୁଆ ଉପବିଜେତା ହୋଇଥିଲେ, ଠିକ୍ ସେହିଭଲି ମହିଳା ବିଭାଗରେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ରୋଜାଲିନ ନାୟକ ଚାମ୍ପିଅନ୍ ହୋଇଥିବାବେଳେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ଦମନ୍ତି ବାଗ୍ ଉପବିଜେତା ହେଇଥିଲେ । ଏହି କାର୍ୟ୍ୟକ୍ରମରେ ପ୍ରିୟଦର୍ଶିନୀ ଇନ୍ଦିରା କଲେଜ ର ଶ୍ରୀ ସଦାନନ୍ଦ ମରାଇ, ଶ୍ରୀମତୀ ପୂର୍ଣ୍ଣମାସି ମାଝୀ, ଶ୍ରୀ ତୁଷାର ସା, ଶ୍ରୀ ଆକାଶ ମେହେର, ଶ୍ରୀମତୀ ରାମେଶ୍ୱରୀ ରାଜପାଇଲୋ, ଶ୍ରୀ ବସନ୍ତ ମାଝୀ ଶ୍ରୀ ଜନ୍ମେଜୟ ମେହେର, ଶ୍ରୀ ରିଷଭ ବଣୁଆ, ଶ୍ରୀ ଜ୍ୟୋତି ରଞ୍ଜନ ପାତ୍ର, ଶ୍ରୀ ବିକାଶ ବେହେରା, ସୁଶାନ୍ତ କୈବର୍ତ୍ତ, ରାଜକୁମାରୀ ବେମାଲ, ତ୍ରିଭୁବନ ବେମାଲ, ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *