ମାଲକାନଗିରି ଏସପିଙ୍କ ନିକଟରେ ୩ ମାଓ ମିଲିସିଆଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୦/୬/୨୦୨୪ (ଓଡ଼ିଶା ସମାଚାର)- ତିନି ଜଣ ମାଓ ମିଲିସିଆ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ହେଉଛନ୍ତି ଛତିଶଗଡ ଦକ୍ଷିଣ ବସ୍ତର ମାଓ ସଂଗଠନର ମିଲିସିଆ ମେମ୍ବର। ଛତିଶଗଡରେ ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେସନ କରାଯାଇଥିବାବେଳେ ଭୟଭୀତ ହୋଇ ଏମାନେ ମାଲକାନଗିରି ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ତିନି ଜଣ ମିଲିସିଆ ହେଉଛନ୍ତି ଦେବା ମାଡଭି, ଆଡମା ମାଡକାମି ଓ ମୁକା ସୋଡି। ତିନି ଜଣଙ୍କ ଘର ଛତିଶଗଡ ସୁକୁମା ଜିଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ବୋଲି ଜଣାପଡ଼ିଛି। ୪ ବର୍ଷ ହେଲା ଏହି ମାଓବାଦୀମାନେ ମାଓବାଦୀ ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସେମାନେ ମାଓବାଦୀ ସଂଗଠନ ଛାଡ଼ିଥିବା ଏସ୍‌ପିଙ୍କ ନିକଟରେ ପ୍ରକାଶ କରିଛନ୍ତି। ଆତ୍ମସମର୍ପଣ ପରେ ଏମାନଙ୍କୁ ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ମାଲକାନଗିରି ଏସ୍‌ପି ନିତେଶ ଦାଧବାନି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *