ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର

କେନ୍ଦ୍ରାପଡ଼ା, ୧୩/୦୧/୨୦୨୫ (ଓଡ଼ିଶା ସମାଚାର)- ନିକିରାଇସ୍ଥିତ ବୀର ହନୁମାନଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଗଣ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠାନର ବରିଷ୍ଠ ପ୍ରାଧ୍ୟାପକ ଭକ୍ତବନ୍ଧୁ ଓଝାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଳିକା ଆତ୍ମ ସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ର ସଂଯୋଜିକା ଅଧ୍ୟାପିକା ପ୍ରୀତଲକ୍ଷ୍ମୀ ଜେନା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଲିମଦାତ୍ରୀ ସୁଶ୍ରୀ ଝରଣା ଲେଙ୍କା, ଡ. ପ୍ରମୋଦ ରାଉତ, ପ୍ରଫେସର ଅମ୍ଳାନ କିରଣ ରାଉତ, ଅଧ୍ୟାପକ ଦିଲ୍ଲିପ ସ୍ୱାଇଁ, ରାକେଶ ସାହୁ, ଅଧ୍ୟାପିକା ଅର୍ଚ୍ଚନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟତମ ସହ ସଂଯୋଜିକା ଅଧ୍ୟାପିକା ଶୁଭଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ୧୦୨ଜଣ ଛାତ୍ରୀ ଅଂଶଗ୍ରହଣ କରି ତାଲିମ ଗ୍ରହଣ କରିଥିଲେ । ଡ. ହିମାଂଶୁ ଭୂଷଣ ପରିଡା ସଭା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *