କଟକ ସଦର,୨୦/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ ଵସ୍ତପଡା ସରକାରୀ ବିଦ୍ୟାଳୟର ୦.୦୪ ଡିସିମିଲ ଜମିକୁ ଅଜାୟ ଜବରଦସ୍ତ ଜନୈକ ବ୍ୟକ୍ତି ଜବରଦଖଲ କରିଥିବା ଅଭିଯୋଗ ହେଉଛି। ଜବରଦଖଲ ଉଛେଦ ପାଇଁ ବିଦ୍ୟାଳୟ, ଗ୍ରାମବାସୀ ଓ ଅଭିଭାବକ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉ ନଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। 
ପ୍ରକାଶ ଯେ କିଶନନଗର ତହସିଲ ଏବଂ ଯଶପଡା ଆର୍ ଆଇ ସର୍କଲ ଅନ୍ତର୍ଗତ ସ୍କୁଲ ସଂଲଗ୍ନ ଵସ୍ତପଡା ମୌଜା ଖାତା ନଂ ୬୧୦,ପ୍ଲଟ ୧୦୧୧,ରକଵା ୦.୦୨ ଡିସିମିଲ,ପ୍ଲଟ ୧୦୧୨ ରକଵା ୦.୦୧ ଡିସିମିଲ,ପ୍ଲଟ ନଂ ୧୦୧୮ ରକଵା ୦.୦୧ ଡିସିମିଲ ମୋଟ ୦.୦୪ ଡିସିମିଲ ଜମି ବେଆଇନ ଜବରଦଖଲରେ ରହିଛି। ତୁରନ୍ତ ସରଜମିନ ମାପ କରି ଜବରଦଖଲରେ ଥିବା ଜମି ସ୍କୁଲକୁ ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।
