ପୁରୀ, ୦୫/୧୧/୨୦୨୪ (ଓଡ଼ିଶା ସମାଚାର)- ପ୍ରତି ବର୍ଷ ନଭେମ୍ବର ୫ ତାରିଖରେ ବିଶ୍ଵ ସୁନାମି ସଚେତନତା ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ଆଜି (୫ ନଭେମ୍ବର, ୨୦୨୪) ଓଡିଶା ର ପୁରୀ ଜିଲ୍ଲା ର ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ସୁନାମି ପ୍ରସ୍ତୁତି ଗ୍ରାମ ନରସିଂହପାଟଣା ଠାରେ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏକ ଗୋଷ୍ଠୀ ସ୍ତରୀୟ ସୁନାମୀ ମକ ଡ୍ରିଲର ଆୟୋଜନ କରଯାଇଥିଲା । ଏହି ସୁନାମୀ ମକ ଡ୍ରିଲକୁ ପରିଦର୍ଶନ କରିବା ପାଇଁ UNISCAP (United Nations Economic and Social Commission for Asia and the Pacific) ଏବଂ INCOIS (Indian National Centre for Ocean Information Services), Hyderabad ର ସଦସ୍ୟ ମାନେ ନରସିଂହପାଟଣା ଗ୍ରାମ ଠାରେ ଉପସ୍ଥିତ ଥିଲେ। ସେମାନେ ପ୍ରଥମେ ସ୍କୁଲ ଛାତ୍ର ଏବଂ ଛାତ୍ରୀ ମାନଙ୍କ ଠାରୁ ସୁନାମି ବିଷୟରେ ଆଲୋଚନା କରି ଥିଲେ। ପରେ ପରେ, ନରସିଂହପାଟଣା ଗ୍ରାମ ର ଅଧିବାସୀ ମାନଙ୍କ ସହିତ ସୁନାମି ସମ୍ପର୍କରେ ଆଲୋଚନା କରିବା ସହିତ ସୁନାମୀ ମକ ଡ୍ରିଲର ଅନୁଧ୍ୟାନ କରିଥିଲେ।
ଅପରାହ୍ନରେ, UNISCAP ଏବଂ INCOIS ର ସଦସ୍ୟ ମାନେ ଭୁବନେଶ୍ଵର ଠାରେ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସ୍ଡମା ର ପରିଚାଳନା ନିର୍ଦେଶକ, ଶ୍ରୀ ଦେଓରଂଜନ କୁମାର ସିଂ ଙ୍କୁ ସାକ୍ଷାତ କରି ତାଙ୍କର ସୁନାମି ପ୍ରସ୍ତୁତି ଗ୍ରାମ ର ପରିଦର୍ଶନ ତଥା ସୁନାମି ମକ ଡ୍ରିଲ ର ଅନୁଭୁତି ବିଷୟରେ ଆଲୋଚନା କରିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସ୍ଡମା ର ପରିଚାଳନା ନିର୍ଦେଶକ ଆଗାମୀ ଦିନରେ ଓଡିଶାକୁ ସୁନାମି ପ୍ରସ୍ତୁତି କରିବା ପଥରେ UNISCAP ଏବଂ INCOIS କୁ ପୂର୍ଣ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ।