ଶତାୟୁ ମଞ୍ଚ କଳାକାରଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ୦୭/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-କଳା ଓ ସଂସ୍କୃତିର ପୂଜାରୀ,ମାହାଙ୍ଗା ମାଟିର ଯଶସ୍ବୀ ମଞ୍ଚ ଅଭିନେତା, ଶତାୟୁ ପୁରୁଷ ଦୀନବନ୍ଧୁ ଦାସଙ୍କ ଦ୍ଵାଦଶାହ ତିଥିରେ ତା’ଙ୍କ ଜନ୍ମଭୂମି ଧଉଳିଆ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ସାହିତ୍ୟିକ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ  ଦୀନବନ୍ଧୁ ଦାସଙ୍କଭଳି ଜଣେ ସଫଳ ମଞ୍ଚ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ଏବଂ ସଂଗୀତ ଗୁରୁଙ୍କ ପାଇଁ ଆମ ମାଟି ଧନ୍ୟ ହୋଇଛି ବୋଲି କହିଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ, ସାମାଜିକକର୍ମୀ ରାମଚନ୍ଦ୍ର ମହାପାତ୍ର, ସାହିତ୍ୟାନୁରାଗୀ ତଥା ଶିକ୍ଷାବିତ ଅଶୋକ କୁମାର ମହାନ୍ତି, ମଞ୍ଚ ଅଭିନେତା ଲକ୍ଷ୍ମୀଧର ସାମଲ, ପୂର୍ବତନ ସରପଞ୍ଚ ତଥା ମଞ୍ଚ କଳାକାର ସୁବାସ ଚନ୍ଦ୍ର ବେହେରା, ସଂକୀର୍ତ୍ତନ ପ୍ରେମୀ କୃଷ୍ଣଚନ୍ଦ୍ର ବାରିକ, ଅଭିନେତା ପ୍ରଭାକର ଦାସ, ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ, ଦୀନବନ୍ଧୁ ଦାସଙ୍କ ଭଳି ଜଣେ ଲବ୍ଧ ପ୍ରତିଷ୍ଠିତ କଳାକାରଙ୍କ କର୍ମମୟ ଜୀବନର ବହୁ ଅନାଲୋଚିତ ଦିଗ ଉପରେ ଆଲୋକପାତ କରିଥିଲେ ।

 ଶତାୟୁ ପୁରୁଷ ସ୍ବର୍ଗତ ଦାସଙ୍କ ଦ୍ୱାଦଶ ତିଥିରେ ତାଙ୍କ ଅମୃତ ଆତ୍ମାର ସଦଗତି କାମନା କରାଯିବା ସହିତ, ସମାଧି ପ୍ରତିଷ୍ଠା,ଚାରି ସମ୍ପ୍ରଦାୟ ପୂଜା, ନାମ ଭଜନ ପରିବେଷଣ ଏବଂ ସ୍ମୁତି ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ବହୁ କଳାକାର, ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ ।  ବିନାୟକ କ୍ଲବ ଧଉଳିଆର କର୍ମକର୍ତ୍ତା ମାନେ ସ୍ମୁତି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *