ନଗଦ ୮୫ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ଅଭିଯୋଗ

ନିରାକାରପୁର, ୧୩/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ବର ପଞ୍ଚାୟତ ମଧୁବନ ଗ୍ରାମ ତଳସାହି ବିରେନ୍ଦ୍ର କୁମାର ରଣସିଂହ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଲିଖିତ ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ବିରେନ୍ଦ୍ରଙ୍କ ପତ୍ନୀ ଓ ତାଙ୍କ ଝିଅ ଗୋଟିଏ ଘରେ ଆଉ ଅନ୍ୟ ଏକ ଘରେ ସେ ନିଜେ ଶୋଇ ଥିବାବେଳେ କେହି ଦୁର୍ବୃତ୍ତ ଗୋଟିଏ ଘର ର ତାଲା ଭାଙ୍ଗି ଦୁଇଟି ଦସ୍ତା ବାକ୍ସ କୁ ନେଇ ଯାଇଥିଲେ। ଗୋଟିଏ ବାକ୍ସ କୁ ବାଡ଼ି ପାଖରେ ଆଉ ଗୋଟିଏ କୁ ନିକଟସ୍ଥ ବିଲ ଗହିରରେ ପକାଇ ପଳାଇଥିବା ଭୋରରୁ ଉଠି ବିରେନ୍ଦ୍ର ନିଜେ ଦେଖିଥିଲେ। ଝିଅ ଓ ପତ୍ନୀ ଶୋଇଥିବା ଘରର ବାହାର ପଟୁ ଦୁଆର ଦିଆ ଯାଇଥିବା ଦେଖିବାକୁ ମିଳିଥିଲା। ବାକ୍ସରେ ଥିବା ନଗଦ ୮୫ ହଜାର ଟଙ୍କା , ଏକ ତିନି ଭରିର ସୁନା ଚେନ୍, ଏକ ହଳ କାନ ଝରା ଫୁଲ, ଗୋଟିଏ ମଙ୍ଗଳସୂତ୍ର, ୨ ଟା ଲକେଟ ଓ ଏକ ସୁନା ମୁଦି ଚୋରୀ ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ନିରାକାରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି  ବାକ୍ସ ଦୁଇଟିକୁ ଜବତ କରି   ତଦନ୍ତ ଜାରି ରଖି ଚୋରିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *