ଜୁନାଗଡ଼,୦୫/୧୧/୨୦୨୪ (ଓଡ଼ିଶା ସମାଚାର)-ରାକେଶ ବେମାଲ) – ଜୁନାଗଡ଼ ସହର ର ଚେମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାର୍ୟ୍ୟରତ କନିଷ୍ଠ ସହାୟକ ଅଜୟ ଶର୍ମା ଙ୍କ ର ଅକାଳ ବିୟୋଗ ହୋଇଯାଇଛି । ଏଥିନେଇ ଜୁନାଗଡ଼ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି । ସ୍ବର୍ଗତ ଶର୍ମା କିଛି ଦିନ ହେଲା ଜଣ୍ଡିସ ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସେ କିଛି ଦିନ ତଳେ ରାଇପୁର ର ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିଲେ । ଡାକ୍ତର ତାଙ୍କୁ ସୁସ୍ଥ ହୋଇଥିବା କହିବାରୁ ସେ ଜୁନାଗଡ଼ ଫେରୁଥିଲେ । ଫେରୁଥିବା ସମୟରେ ଜୁନାଗଡ଼ ନିକଟରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୪୯ବର୍ଷ ବୟସ ହୋଇଥିଲା । ସ୍ଥାନୀୟ ହାତୀ ନଦୀ ସ୍ମଶାନ ରେ ତାଙ୍କର ଦାହ ସଂସ୍କାର କରାଯାଇଥିଲା । ତାଙ୍କର ସ୍ତ୍ରୀ ଏବଂ ଦୁଇଟି ସନ୍ତାନ ରହିଛନ୍ତି । ସେ ଜୁନାଗଡ଼ ଚେମେଲୀ ଦେବି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗତ ୧୯୯୮ମସିହା ରୁ କନିଷ୍ଠ ସହାୟକ ଭାବରେ କାର୍ୟରତ ଥିଲେ । ସେ ଜଣେ ମେଳାପୀ, ପରୋପକାରୀ ଭାବରେ ସମଗ୍ର ଅଞ୍ଚଳ ରେ ବେଶ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗ ରେ କଲେଜ ପ୍ରତିଷ୍ଠାତା ସଦସ୍ୟ ଲାୟନ ମାଣିକଚାନ୍ଦ ଅଗ୍ରୱାଲ, ବିଧାୟକ କେପଟେନ ଦିବ୍ୟ ଶଙ୍କର ମିଶ୍ର, କଲେଜ ଅଧ୍ୟକ୍ଷା ପ୍ରିୟମଞ୍ଜରୀ ପଣ୍ଡା, ସମାଜସେବୀ ଦୁର୍ଗା ପ୍ରସାଦ ନାଏକ , ରଞ୍ଜନ କୁମାର ଜାଲ ଏବଂ ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଗଭୀର ଶୋକ ପ୍ରକାଶ କରି ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଛନ୍ତି ।