ପହଣ୍ଡି ବିଜେ ବେଳେ ବଡ଼ ଠାକୁର ଖସି ପଡିଵା ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ, ତଦନ୍ତ ନୁହେଁ – ଭର୍ତୃହରି ମହତାବ 

କଟକ ସଦର ,୧୧/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପହଣ୍ଡି ବିଜେ ସମୟରେ ଶ୍ରୀକ୍ଷେତ୍ର ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଖସି ପଡିଵା ଘଟଣାକୁ ସାଢେ଼ ଚାରି କୋଟି ଓଡ଼ିଆ ଉଦବେଗ ପ୍ରକାଶ କରୁଥିବା ଵେଳେ ରାଜ୍ୟ ଆଇନ ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ୟ ଶ୍ରଦ୍ଧାଳୁ ଙ୍କ ଭାବାବେଗକୁ କୁଠାର ଘାତ କରିଛି। ଏହି ପରିପ୍ରେକ୍ଷୀରେ କଟକ ର ବିଜେପି ସାଂସଦ ଭର୍ତ୍ତୃହରି ମହତାବ ଆଜି ମୁହଁ ଖୋଲିଛନ୍ତି। ସାଂସଦ ଭର୍ତ୍ତୃହରି କହିଛନ୍ତି ଘଟଣାକୁ ହାଲୁକା ଭାବେ ନେବା ଉଚିତ୍‌ ନୁହେଁ, ଏହା ଅତ୍ୟନ୍ତ ଦୁଃଖଦାୟକ। ଏଭଳି ଘଟଣା ଇତିହାସରେ କେବେ ଦେଖି ନଥିଲୁ।  ପହଣ୍ଡିରେ ଯେଉଁ ସେବାୟତମାନେ ନିୟୋଜିତ ହେବେ ଓ କେତେ ପରିମାଣରେ ଏଥିରେ ସାମିଲ ହେବେ ତାହାର ବିଧି ଵ୍ୟଵ୍ୟସ୍ଥା କେଉଁ ଅନାଦି କାଳରୁ ପ୍ରଚଳିତ ଅଛି। କେଉଁ ପରିସ୍ଥିତିରେ ଅଧିକରୁ ଅଧିକ ସେବାୟତ ମୋବାଇଲ ରେ ଫଟୋ ଉଠାଇବାକୁ ରଥ ଉପରେ ଚଢ଼ି ସେବାରେ ବ୍ୟାଘାତ ସୃଷ୍ଟି କରି ଠାକୁରଙ୍କୁ ତଳେ ପକାଇଦେଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ଅଛି। ରାଜ୍ୟ ସରକାରଙ୍କ ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଙ୍କ ହାଲୁକା ମନ୍ତବ୍ୟ “ତଦନ୍ତ ହେବ” ପ୍ରତି ସାଂସଦ ଭର୍ତ୍ତୃହରି ଙ୍କ ତଦନ୍ତ ନୁହେଁ କାର୍ଯ୍ୟାନୁଷ୍ଠାନ ମନ୍ତବ୍ୟ ସାଧାରଣ ରେ ଆଶ୍ୱସ୍ତି ପ୍ରକାଶ କରିଛି। ତେବେ ରାଜ୍ୟ ସରକାର ଏଭଳି ସ୍ପର୍ଶକାତର ଘଟଣାକୁ କିଭଳି ଭାବରେ ଗ୍ରହଣ କରୁଛନ୍ତି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *