ଜଗସିଂହପୁର, ୦୪/୧୧/୨୦୨୪ (ଓଡ଼ିଶା ସମାଚାର)-ଜଗସିଂହପୁର ଜିଲ୍ଲା ପ୍ରଶାସନ, ଜିଲ୍ଲା ସମବାୟ ବିଭାଗ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ନିୟନ୍ତ୍ରିତ ବଜାର କମିଟି ଓ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ମିଳିତ ସହଯୋଗରେ ଖରିଫ ଧାନ କ୍ରୟ ବିପର୍ଣ୍ଣନ ଋତୁ ୨୦୨୪-୨୫ ପାଇଁ ପଂଜିକୃତ କୃଷକମାନଙ୍କୁ ସାଧାରଣ ପରିଷ୍କାର ମାନର ଧାନ ( FAQ STANDARD OF PADDY ) ସମ୍ପର୍କରେ ଅବଗତ କରାଇବା ନିମିତ୍ତ ତୃଣମୂଳ ସ୍ତରରେ, ଗ୍ରାମ ପଂଚାୟତ / ସମିତିମାନଙ୍କରେ ଜନଜାଗରଣ ସଭା / କାର୍ଯ୍ୟକ୍ରମ ମାନ ନଭେମ୍ବର ୫ ତାରିଖରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପଂଚାୟତରାଜ ଅନୁଷ୍ଠାନର ନିର୍ବାଚିତ ଜନପ୍ରତିନିଧୂ, ସ୍ଥାନୀୟ ବିଧାୟକ ଓ ସାଂସଦ ମହୋଦୟଙ୍କୁ ସାମିଲ କରିବାର ପ୍ରୟାସ କରାଯାଇ ଅଛି I ଏଣୁ ପଂଜିକୃତ ଚାଷୀ ଭାଇମାନଙ୍କୁ ଅନୁରୋଧ କରାଯାଉଅଛି କି ସେମାନଙ୍କ ଅଂଚଳର ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ସମ୍ପାଦକ ଠାରୁ ତାଙ୍କ ଅଂଚଳର କାର୍ଯ୍ୟକ୍ରମ ସମ୍ପକରେ ଅବଗତ ହୋଇ ବହୁଳ ସଂଖ୍ୟାରେ ସେଇ ସଭା ମାନଙ୍କରେ ଉପସ୍ଥିତ ରହି ସରକାରଙ୍କ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସାଧନ କରିବାରେ ତଥା ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହୁଅନ୍ତୁ।