ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରଥମ ବାର୍ଷିକ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ ଓ ଶପଥ ପାଠ କାର୍ଯ୍ୟକ୍ରମ।

ଯାଜପୁର ୦୪/୧୧/୨୦୨୪ (ଓଡ଼ିଶା ସମାଚାର)-ଆଜି ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୨୦୨୪-୨୫ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସହ ହ୍ୱାଇଟ କୋର୍ଟ ତଥା – ଶପଥ ପାଠ ଉତ୍ସବ ମେଡିକାଲ କଲେଜ୍ ଅଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗଣେଶ ବନ୍ଦନା ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ବଳନ ପରେ ଏମ. ଇ.ୟୁ କୋର୍ଡିନେଟର ପ୍ରଫେସର ଡି. ଶୋଭାମାଳିନୀ ଏମ.ବି.ବି.ଏସ ପାଠ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପକୂଳପତି, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ (OUHS) ପ୍ରଫେସର ଡ଼ା. ମାନସ ରଂଜନ ସାହୁ, ଅତିରିକ୍ତ ନିର୍ଦ୍ଦେଶକ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ ପ୍ରଫେସର ଡ଼ା. ଉମାକାନ୍ତ ଶତପଥୀ, ଡିନ୍ ଏବଂ ଅଧ୍ୟକ୍ଷ ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଯାଜପୁର ପ୍ରଫେସର ଡ଼ା. ସୀତାରାମ ମହାପାତ୍ର, ମେଡିକାଲ କଲେଜ୍ ସୁପରିଣ୍ଟେଡେଣ୍ଟ ପ୍ରଫେସର ଡ଼ା. ମନୋରମା ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ସ୍ବାଗତ କରିବା ସହ କର୍ତ୍ତବ୍ୟ ନିଷ୍ଠାର ସହ ପାଠ ପଢିବାକୁ ଉପଦେଶ ଦେଇଥିଲେ। ପରେ ଛାତ୍ର ଛାତ୍ରୀ ମାନେ ମହର୍ଷି ଚରକଙ୍କ ଶପଥ ପାଠ କରିଥିଲେ। ପରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଦ୍ଵିତୀୟ  ଅଧିବେଶନ ଅପରାହ୍ନରେ ରେ ମହାବିଦ୍ୟାଳୟ ପରିସରକୁ   ରାଗିଂ ମୁକ୍ତ ପରିବେଶରେ ପରିଣତ କରିବାକୁ ଅତିଥିମାନେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅଧିବେଶନରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିରୁଦ୍ଧ ରାଉତରାୟ, ଉପକୁଳପତି ପ୍ରଫେସର ଡ଼ା. ମାନସ ରଂଜନ ସାହୁ, ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡ଼ା. ସୀତାରାମ ମହାପାତ୍ର, ଏଫ୍.ଏମ.ଟି ପ୍ରଫେସର ଡ଼ା. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ, ମେଡିକାଲ ସୁପରିଣ୍ଟେଡେଣ୍ଟ ପ୍ରଫେସର ଡ଼ା. ମନୋରମା ସ୍ବାଇଁ ପ୍ରମୁଖ ରାଗିଙ୍ଗ ନିୟମ ଓ ନିୟନ୍ତ୍ରଣ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ମହାବିଦ୍ୟାଳୟରେ ପ୍ରଥମ ବର୍ଷ ୪୩ ଜଣ ଷ୍ଟେଟ କୋଟା ଓ ୭ ଜଣ ସର୍ବଭାରତୀୟ କୋଟା ର ଛାତ୍ର ଛାତ୍ରୀ ମିଶି ୫୦ ଜଣ ପ୍ରବେଶ କରିଛନ୍ତି। ଚିକିତ୍ସା ମହାବିଦ୍ୟାଳୟରେ ୧୭ ଜଣ ପ୍ରଫେସର, ୧୯ ଜଣ ଆସୋସିଏଟ ପ୍ରଫେସର, ୫୧ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୧୮ ଜଣ ସିନିୟର୍ ରେସିଡେଣ୍ଟ, ୨୫ ଜଣ ଟ୍ୟୁଟର, ୧୨୮ ଜଣ ଷ୍ଟାଫ ନର୍ସ, ୫୧ ଜଣ ଲ୍ୟାବ ଟେକନିସିଆନ ବର୍ତ୍ତମାନ ସୁଦ୍ଧା ନିଯୁକ୍ତି ପାଇଛନ୍ତି। ଏହି ବିଦ୍ୟାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ମିଳିତ ରୋଗୀ ଚିକିତ୍ସା ପାଇଁ  ୫୦୦ ଶଯ୍ୟା ଉପଲବ୍ଧି ଅଛି। ଶେଷରେ ପ୍ରଫେସର ଡ଼ା. ଡି. ଶୋଭାମାଳିନୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ସ୍ବାଗତ ଉତ୍ସବରେ ପ୍ରଫେସର ଆସୋସିଏଟ ପ୍ରଫେସର ଫ୍ୟାକଲ୍ଟୀ, ଡକ୍ଟର, ଛାତ୍ର ଛାତ୍ରୀ ଓ ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *