କାଳୀପୂଜା ପାଇଁ ମଙ୍ଗଳପୁର ବଜାର ଉତ୍ସବ ମୁଖର

ଦଶରଥପୁର,୦୧/୧୧/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକର ପ୍ରମୁଖ ବଜାର କହିଲେ ମଙ୍ଗଳପୁର ବଜାରକୁ ବୁଝାଇ ଥାଏ । ଏହି ବଜାର ଉପରେ ଯାଜପୁର ଜିଲ୍ଲା ସମେତ ପଡ଼ୋଶୀ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳ ନିର୍ଭର କରିଥାନ୍ତି । ଏହି ବଜାରରେ ୧୫ ଦିନ ପୂର୍ବେ ଦୁର୍ଗାପୂଜା ବେଶ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ ଗୁରୁବାର ଠାରୁ ମା କାଳିଙ୍କ ପୂଜା ଆରମ୍ଭ ହୋଇଯାଇଛି । ପୂଜା ପ୍ରାରମ୍ଭରେ ନେତ୍ର ପ୍ରଦାନ, ପ୍ରାଣ ପ୍ରତିଷ୍ଠା, ଆହୁତି ପ୍ରଦାନ ସହ ଷୋଡଶ ଉପଚାର ପୂଜା କାର୍ଯ୍ୟ ସହ ରୀତିନୀତି ଅନୁଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୃଣୟ ମୂର୍ତ୍ତିଟି ବେଶ ଆକର୍ଷଣୀୟ ହୋଇଥିବା ବେଳେ ପୂଜାମଣ୍ଡପଟିକୁ ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ ଭାବେ ସଜା ଯାଇଥିବା ଦେଖିବା ପାଇଁ ମିଳିଛି । ସେହିପରି ପୂଜା ମଣ୍ଡପ ନିକଟରେ ପ୍ରତେହ ସନ୍ଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ବେଳେ ଭକ୍ତ ମାନଙ୍କ ଲାଗି ପ୍ରତେହ ଦୁଇ ବେଳା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଦେଖିବା ପାଇଁ ମିଳିଛି । ପୂଜାରେ ଭାବଗ୍ରାହୀ ପଣ୍ଡା ଓ କୃପାସିନ୍ଧୁ ପଣ୍ଡା ମାଙ୍କ ପୂଜାର୍ଚନା କାର୍ଯ୍ୟ କରିଥିବା ବେଳେ ମଙ୍ଗଳପୁର ବଜାରର ବିଶିଷ୍ଟ ବ୍ୟବସାୟୀ ବିଜୟ ସାହୁ ଓ ତାଙ୍କ ଧର୍ମପତ୍ନୀ ବିଶ୍ୱଜିତା ସାହୁ ସଂକଳ୍ପ କରିଥିବା ଦେଖିବା ପାଇଁ ମିଳିଛି । ମଙ୍ଗଳପୁର ବଜାରର ଏହି ପୂଜା ବଜାରର ସମସ୍ତ ବ୍ୟବସାୟୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥାଏ  । କାଳୀପୂଜା ପାଇଁ ମଙ୍ଗଳପୁର ବଜାର ଉତ୍ସବ  ମୁଖର ହୋଇ ଉଠିଥିବା ବେଳେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ମା କାଳୀଙ୍କ ପୂଜା ସୋମବାର ଶେଷ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *