ଭୁବନେଶ୍ୱର,୦୬/୦୮/୨୦୨୫ (ଓଡ଼ିଶା ସମାଚାର)- ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଦ୍ୱାରା କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯାତନା ନିବାରଣ, ନିଷେଧ ଓ ନିରାକରଣ ଆଇନ-୨୦୧୩ର ରୂପାୟନ ସମ୍ବନ୍ଧୀୟ ଏକ ବିସ୍ତୃତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ପଂଚୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଭାପତି ସୌଦାମିନୀ ସେଠୀ, ସ୍ୱତନ୍ତ୍ର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜଶ୍ରୀ ସିଂହ, ସ୍ୱତନ୍ତ୍ର ଶାସନ ସଚିବ, ରଞ୍ଜିତା ବେହେରା, ବିତ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ, କମିଟିର ସମସ୍ତ ସଦସ୍ୟ, କଟକସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ‘ବସୁନ୍ଧରା’ର ପ୍ରତିନିଧି, ବିଭାଗୀୟ ବରିଷ୍ଠ ମହିଳା ଅଧିକାରୀବୃନ୍ଦ ଓ ସମସ୍ତ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସବିଶେଷ କାର୍ଯ୍ୟ ଓ କ୍ଷମତା ବିଷୟରେ ସଚେତନତାଧର୍ମୀ ଆଲୋଚନା ହୋଇଥିଲା ।
