ଢେଙ୍କାନାଳ/କଟକ,୨୯/୦୪/୨୦୨୫(ଓଡ଼ିଶା ସମାଚାର)- ତିନି ଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ ଢେଙ୍କାନାଳ ମହିଳା ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ ଙ୍କୁ ଧରିଲା ଭିଜିଲାନ୍ସ । ଅପରାହ୍ନ ୪ଟା୩୦ସମୟରେ ଅବକାରୀ ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ଢେଙ୍କାନାଳ ଦେଉଳସାହି ରୋଡ଼ରେ ଭିଜିଲାନ୍ସ ଟିମ ଅଟକାଇ ତାଙ୍କ ନିକଟରୁ ନଗଦ ୩ ଲକ୍ଷ ଟଙ୍କା ଜବତ କରିଛି ।
ଆବକାରୀ ଅଧୀକ୍ଷକ କୃଷ୍ଣା ନାୟକଙ୍କ ଅବୈଧ ଅର୍ଥ ସମ୍ପର୍କରେ ପୂର୍ବ ସୂଚନା ଆଧାରରେ, ଭିଜିଲାନ୍ସର ଏକ ଦଳ ମଙ୍ଗଳବାର ଦିନ ତାଙ୍କୁ ଏକ ସ୍କର୍ପିୟୋ ନଂ ଓଡ଼ି-୦୨-ସିଏଜଡ଼ – ୭୦୪୪ ରେ ଯାଉଥିବା ବେଳେ ଅଟକାଇଥିଲା। ଭିଜିଲାନ୍ସ ଦଳ ମହିଳା ଆବକାରୀ ଅଧିକାରୀଙ୍କ ନିକଟରୁ ନଗଦ ୩ ଲକ୍ଷ ଟଙ୍କା ପାଇଥିଲେ। ତେବେ ଟଙ୍କା କେଉଁ ଆଡେ ଓ କାହାକୁ ଦେବାକୁ ନେଉଥିଲେ ସେ ନେଇ ସ୍ପଷ୍ଟ ଜଣାପଡିନି।
ଅବକାରୀ ଅଧିକ୍ଷକଙ୍କୁ ତାଙ୍କ କ୍ଵାଟରକୁ ନେଇ ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ। ଢେଙ୍କାନାଳ ଓ କଟକ ଭିଜିଲାନ୍ସ ଟିମ ମିଳିତ ଭାବେ ତାଙ୍କୁ ଧରିଥିବା ସୂଚନା ।କଟକ ଚୈ।ଦ୍ବାର ପ୍ରଧାନସାହି ଘର, ଅରିଲୋ ଶାଶୁଘର,ଜଗତପୁର ନିମପୁର ରେ ଥିବା ଘର, ପୁରୀ କୁମ୍ଭାରପଡାରେ ଥିବା ଘର, ଢେଙ୍କାନାଳ ମହାବୀର ବଜାର ସ୍ଥିତ ଆବାସିକ ଘର,ମଶିଷାପାଟସ୍ଥିତ ସରକାରୀ କାର୍ୟ୍ୟାଳୟକୁ ମିଶାଇ ମୋଟ ୬ଟି ଯାଗାରେ ଭିଜିଲାନ୍ସ ପକ୍ଷରୁ ତଲାସୀ କରାଯାଉଛି। ଏହି ଅର୍ଥର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ, ଉକ୍ତ ଟଙ୍କା ଟଙ୍କା ତାଙ୍କ ଗାଡ଼ି ସହିତ ଜବତ କରାଯାଇଛି ଏବଂ ଅଧିକ ପଚରା ଉଚୁରା କରାଯିବା ପାଇଁ ତାଙ୍କୁ ଅଟକ ରଖାଯାଇଥିବା ଭିଜିଲାନ୍ସ ନିର୍ଦ୍ଧେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।