ଶ୍ରେଷ୍ଠ ସମାଜସେବୀ ଭାବରେ ଅଶୋକ ବେହେରା  ସମ୍ମାନିତ ।

ଯାଜପୁର, ୧୩/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ଦିନକୁ ଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବରୀ ର ଆଗଧାଡିର ସମାଜସେବୀ  ,ସଂଗଠକ ରୋଗୀ ମାନଙ୍କ ପାଇଁ ଅନବରତ କାର୍ୟ୍ୟ ଜାରି ରଖିଥିବା ଅଶୋକ ବେହେରା ଙ୍କୁ   ‘ବିଶ୍ବବାଣୀ’ ତ୍ରୈଭାଷିକ ଦୈନିକ ଖବର କାଗଜର ସ୍ୱ-ନକ୍ଷତ୍ର ଦିବସରେ ସମାଜର ସେବା ପାଇଁ ଶ୍ରେଷ୍ଠ ସମାଜସେବୀ ଭାବରେ ସମ୍ମାନିତ କରାଯାଇଛି ।

ଆଗାମୀ ଦିନରେ ପୁଣି ଅଶୋକ ଙ୍କୁ   ବିଭିନ୍ନ ଅନୁଷ୍ଠାନ ସମ୍ମାନିତ କରିବାକୁ ଯାଉଥିବା ଅଶୋକ ଙ୍କ ଏକାନ୍ତ ଅନୁଗାମୀ ଆଶିଷ ସାମଲ ସୂଚନା ଦେଇଛନ୍ତି। ଏହି ସମ୍ମାନ ବରୀ ବାସୀଙ୍କ ପାଇ ଉଦ୍ଦିଷ୍ଟ , ଆଗାମୀ ଦିନରେ ବରୀ ର ଜନ ସାଧାରଣ ତାଙ୍କୁ ସୁଯୋଗ ଦେଲେ ସେ ନିଶ୍ଚୟ ନିଜର ସେବା କୁ ତ୍ୱରାନ୍ୱିତ କରିବେ ବୋଲି ଅଶୋକ କହିଛନ୍ତି ।

Leave a Reply

Your email address will not be published. Required fields are marked *