ପ୍ରଭୁ ବଳଦେବ ଙ୍କ ଜନ୍ମ ଜୟନ୍ତୀରେ ଗୋଶାଳାରେ ପାଳନ ହେଲା ରକ୍ଷା ବନ୍ଧନ : ଗାଈ ଗୋରୁଙ୍କୁ ସୁସ୍ୱାଦୁ ଖାଦ୍ୟ ଓ ପୂଜାର୍ଚ୍ଚନ ପରେ ବାନ୍ଧିଲେ ରାକ୍ଷୀ

ମାହାଙ୍ଗା,୦୯/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) – କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉଷୁମା ପଞ୍ଚାୟତ ର ଏକମାତ୍ର ଗୋଶାଳା ଅବହେଳିତ ଅବସ୍ଥାରେ ରହିଛି । ଦୀର୍ଘ ୧୬ ବର୍ଷ ଧରି ଅକ୍ଷୟ କୁମାର ଖଟୁଆ ସନ୍ଥ ଭୀମଭୋଇ ଙ୍କ ନାମରେ ଗୋଶାଳାଟି ସରକାରୀ ପଞ୍ଜୀକୃତ କରି ଅଦ୍ୟାବଧି ଚଳାଇ ଆସୁଛନ୍ତି । ଶ୍ରୀ ଖଟୁଆ ନିଜେ ଶିକ୍ଷକତା କରୁଥିବା ସମୟରୁ ଏଯାବତ୍ ଅବସର ନେବା ପରେ ମଧ୍ୟ ଗୋସେବା କରି ଆସୁଛନ୍ତି ।

କେବଳ ଖଟୁଆ ସାର ଏକୁଟିଆ ନୁହନ୍ତି,  ବରଂ କିଛି ବଦାନ୍ୟ ବ୍ୟକ୍ତି ଅଳ୍ପବହୁତେ ଏଥିପାଇଁ ସାହାଯ୍ୟର ହାତ ବଢ଼ାଇ ଥାଆନ୍ତି । ମାସିକ ଗାଈ ଗୋରୁଙ୍କ ଗୋଖାଦ୍ୟ ଠାରୁ ଆରମ୍ଭ କରି ଔଷଧ, ଗୋ ସେବକ ଓ ବିଦ୍ୟୁତ ବିଲ୍ ପାଇଁ ପାଖାପାଖି ୧୫ ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଆଜି ପବିତ୍ର ଗହ୍ମା ପୂର୍ଣ୍ଣମୀ ଅବସରରେ ପ୍ରାୟ  ୧୫ ଗୋଟି ଗାଈ ଗୋରୁ ଙ୍କୁ ସ୍ନାନ କରି ସୁସ୍ୱାଦୁ ଖାଦ୍ୟ ଦେବାପରେ ପୂଜାର୍ଚ୍ଚନା କରି ପରମ୍ପରା ଅନୁଯାୟୀ ରାକ୍ଷୀ ବାନ୍ଧିଥିଲେ ।

ବଡ଼ କଥା ହେଉଛି କି ମାହାଙ୍ଗା ବ୍ଲକ ର ଏକମାତ୍ର  ଉଷୁମା ପଞ୍ଚାୟତ ଅଂଚଳରେ ଏହି ଗୋଶାଳା ରହିଅଛି । ମାତ୍ର ସରପଂଚ ଙ୍କ  ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ , ସ୍ଥାନୀୟ ବିଧାୟକଙ୍କୁ ସାହାଯ୍ୟ ପାଇଁ ଶ୍ରୀ ଖଟୁଆ ନିବେଦନ କରିଥିଲେ ହେଁ ଅଦ୍ୟାବଧି କେହି ଦୃଷ୍ଟିପାତ କରି ନାହାନ୍ତି କିମ୍ବା ଗୋଶାଳା ପାଇଁ ସାହାଯ୍ୟର ହାତ ବଢ଼ାଇ ନାହାନ୍ତି । ତେବେ ଦେଖିବାକୁ ବାକି ରହିଲା, ଏହି ଗୋଶାଳା ପ୍ରତି କେବେ ଆସୁଛି ସରକାରୀ ସହାୟତା  ।

Leave a Reply

Your email address will not be published. Required fields are marked *