ଭୁବନ, ୧୩/୧୨/୨୦୨୩ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାରୁଆଁ କାଜୁ ଜଙ୍ଗଲ ରେ ଗତ ଅକ୍ଟୋବର ମାସ ୨୧ ତାରିଖ ରେ ଜନୈକା କଲେଜ ପଢ଼ୁଆ ଝିଅ କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଗଣ ଧର୍ଷଣ କରିଥିବା ଘଟଣାରେ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ।
ପ୍ରାପ୍ତ ଖବର ରୁ ପ୍ରକାଶ ଯେ,ଯାଜପୁର ଜିଲ୍ଲା କଲରଙ୍ଗି ଅତା ଅଞ୍ଚଳର ଜନୈକା ଯୁବତୀ ଭୁବନ ରେ ଏକ ମେସ ରେ ରହି ପାଠ ପଢୁଥିଲେ । ଦଶହରା ଛୁଟି କଟାଇବାକୁ ତାଙ୍କ ପୁରୁଷ ବନ୍ଧୁ ଙ୍କ ସହିତ ବାଇକ୍ ରେ ଅକ୍ଟୋବର ୨୧ ତାରିଖ ଦିନ ଗାଁ କୁ ଯାଉଥିବା ସମୟରେ ବାରୁଆଁ କାଜୁ ଜଙ୍ଗଲରେ ୪ ଜଣ ଯୁବକ ସେମାନଙ୍କୁ ଅଟକାଇ ପୁରୁଷ ବନ୍ଧୁ ଙ୍କୁ ମାଡ଼ ମାରି ତାଙ୍କ ଫୋନ୍ ପେ ଜରିଆରେ ୧୦ ହଜାର ଟଙ୍କା ନେଇଯିବା ସହ ଯୁବତୀ ଙ୍କୁ ଗଣ ଧର୍ଷଣ କରିଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ଭୁବନ ପୋଲିସ କେଶ ନମ୍ୱର୍ ୪୦୯/୨୧.୧୦.୨୦୧୩ ଦଫା – ୩୪୧,୩୨୩,୩୭୯, ୩୭୬ଏ, ୩୭୬ଡି ରେ ମାମଲା ରୁଜୁ କରି ତଦନ୍ତ କରି ବିକ୍ରମ ଜେନା ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଅନ୍ୟ ୩ ଜଣ ଫେରାର ହୋଇଯାଇଥିଲେ । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏହି ଘଟଣାର ତଦନ୍ତ ଭାର ନେଇଥିଲା । ଗତକାଲି ଭୁବନେଶ୍ୱର କ୍ରାଇମ୍ ବ୍ରାଞ୍ଚ ର ୫ ଜଣିଆ ଟିମ୍ ଭୁବନ ଥାନା ଅନ୍ତର୍ଗତ ଗଡନୃସିଂହ ପ୍ରସାଦ ଅଞ୍ଚଳର ପଙ୍କଜ ସାହୁ ଙ୍କ ପୁଅ ପଦିଆ ଓରଫ ପ୍ରଦୀପ କୁମାର ସାହୁ (୩୧) ଙ୍କୁ ଅନୁଗୁଳ ଜିଲ୍ଲାର ଏକ ମଠରୁ ଏବଂ ମଙ୍ଗଳ ଦେହୁରୀ (୧୬) ଙ୍କୁ ଯାଜପୁର ଜିଲ୍ଲା