କଟକ ସଦର,୨୨/୦୪/୨୦୨୫(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କମିଶନରେଟ ସିଆରଆରଆଇ ଥାନା ପଛପଟେ ଗତିରାଉତପାଟଣା ମହାନଦୀ ବନ୍ଧ ରାସ୍ତାରେ ଆଜି ମଙ୍ଗଳବାର ଭୋର ସମୟରେ ଏକ ବାଲି ବୋଝେଇ ହାଇୱ। ପେଟ୍ରୋଲିଂ କରୁଥିବା ସିଆରଆରଆଇ ପିସିଆର ଭ୍ୟାନ କୁ ଚାପି ଦେଵା ଫଳରେ ହୋମ୍ ଗାର୍ଡ ଡ୍ରାଇଭର ଓ ଏପିଆର କର୍ମଚାରୀ ମୋଟ୍ ଦୁଇ ଜଣ ଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ପ୍ରକାଶ ଯେ ଦୂର୍ଘଟଣା ଏପରି ଭୟଙ୍କର ଥିଲା ଯେ ପିସିଆର୍ ଭ୍ୟାନ ଟି ଛିନଛତ୍ର ହୋଇ ବନ୍ଧ କଡ଼କୁ ଓଲଟି ପଡ଼ିଥିଲା ବେଳେ ଦୂର୍ଘଟଣା ଘଟାଇ ଥିବା ହାଇୱ। ମଧ୍ୟ ଓଲଟି ପଡିଥିଲା। କ୍ରେନ ର ସହାୟତା ନିଆଯାଇ କଟର ସାହାଯ୍ୟରେ ପିସିଆର ଭ୍ୟାନ କୁ କଟାଯାଇ ମୃତକ ଦୁଇଜଣ ଓ ଆହତଙ୍କୁ ଉଦ୍ଧାର କରାଯାଇଥିଲା।
ଘଟଣାସ୍ଥଳରେ ସକାଳୁ ସକାଳୁ ଲୋକଙ୍କର ନାହିଁ ନଥିବା ଭିଡ ଜମିଥିବା ବେଳେ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀ ମାନେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ସବିଶେଷ ଖଵର ଅନୁଯାୟୀ ମୃତକ ହୋମ୍ ଗାର୍ଡ ଡ୍ରାଇଭର ହେଉଛନ୍ତି କିଶନନଗର ଥାନା ପାଇକସାହି ଗ୍ରାମର ଜଗବନ୍ଧୁ ମହାଳି(୩୮) ବୋଲି ଜଣାପଡିଛି।
