ଯାଜପୁର ଜିଲାରେ ୩୬୦ ଗୋଟି ଗ୍ରାମ ଏବଂ ୮୯ ଗ୍ରାମ ପଂଚୟତକୁ ଚଳିତ ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।
ଯାଜପୁର, ୧୩/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ପ୍ରାୟୋଜନରେ ଏବଂ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ଆୟୋଜନରେ ମିଶନ ଶକ୍ତି ଭବନ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ଗ୍ରାମ ଓ ଗ୍ରାମ ପଂଚାୟତ ବିପର୍ଯ୍ୟୟ ପରିଚାଳନା ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଅତିରିକ୍ତ ଜିଲାପାଳ, ରାଜସ୍ୱ, ଯାଜପୁର ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ଉପଜିଲାପାଳ ଶ୍ରୀ ଗୋପୀନାଥ କୁଅଁର, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶ୍ରୀନିବାସ କର ଯୋଗ ଦେଇଥିବା ବେଳେ ଜିଲା ଜରୁରୀ ଅଧିକାରୀ ଶ୍ରୀ ତାପସ ରଂଜନ ସାହୁ , ଜିଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ନିମାଇଁ ଚରଣ ଦାସ ମଂଚାସୀନ ଥିଲେ ।
ଯାଜପୁର ଜିଲା ବନ୍ୟା, ବାତ୍ୟା ଓ ଭୂମିକମ୍ପପ୍ରବଣ ଜିଲା ହୋଇଥିବାରୁ ଗ୍ରାମ ଓ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ମାଧ୍ୟମରେ ଗ୍ରାମାଂଚଳର ଲୋକ ମାନଙ୍କୁ ବ୍ୟାପକ ଭାବେ ସଚେତନତା କରାଯାଇପାରିଲେ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି , ବିପର୍ଯ୍ୟୟ ସମୟରେ ଲୋକ ମାନଙ୍କ ପଦକ୍ଷେପ ଏବଂ ବିପର୍ଯ୍ୟୟ ପରେ ପୁନଃ ଥଇଥାନ ଏବଂ ପୁନଃ ନିର୍ମାଣ କାର୍ଯ୍ୟ ସରଳ ଓ ସୁଗମ ହୋଇପାରିବ ବୋଲି ମଂଚାସୀନ ଅତିଥି ବୃନ୍ଦ ଆଲୋକପାତ କରିବା ସହ ବିପର୍ଯ୍ୟୟ ପରିଚାଳନାରେ ମଣ୍ଡଳ ଊନ୍ନୟନ ଅଧିକାରୀମାନେ ବିପର୍ଯ୍ୟୟ ମୁକାବିଲା କମାଣ୍ଡର ଦାୟିତ୍ୱ ନିର୍ବାହ କରି ଗ୍ରାମ ଓ ଗ୍ରାମ ପଂଚାୟତ ତଥା ବ୍ଳକ ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ଖସଡା ପ୍ରସ୍ତୁତ କରି ଜିଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କୁ ପ୍ରଦାନ କରିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉ କି, ଚଳିତ ବର୍ଷ ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ବିଭିନ୍ନ ବ୍ଳକ ଅଧିନ ମୋଟ ୮୯ ଗୋଟି ଗ୍ରାମ ପଂଚାୟତକୁ ନେଇ ୩୬୦ ଗୋଟି ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯିବ ବୋଲି ଜିଲା ଜରୁରୀ ଅଧିକାରୀ ଶ୍ରୀ ସାହô ପ୍ରକାଶ କରିବା ସହ ଏହି ଗୁରୁତ୍ୱ କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧିକାରୀ, ସେଛାସେବୀ ସଂଗଠନ, ନିର୍ବାଚିତ ପ୍ରତିନିଧି , ସାମାଜିକ ଅନୁଷ୍ଠାନ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଶୂନ୍ୟ ମୃତୁ୍ୟହାର ବଜାୟ ରଖି ଜିଲାର ଗୈାରବକୁ ବିମଣ୍ଡିତ କରିବାକୁ ପ୍ରକାଶ କରିଥିଲେ । ପରେ ଜିଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ନିମାଇଁ ଚରଣ ଦାଶ ପାୱାର ପଏଣ୍ଟ ପ୍ରଦର୍ଶନ ମାଧ୍ୟମରେ ୩୬୪ ଗୋଟି ଗ୍ରାମ ଓ ୮୯ ଗୋଟି ଗ୍ରାମ ପଂଚାୟତର ବିପର୍ଯ୍ୟୟ ପରିଚାଳନା ଯୋଜନା ସମ୍ୱନ୍ଧରେ ପୁଙ୍ଖାପୁଙ୍ଖ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସେହିପରି ଶ୍ରୀ ଦାଶ ବିପର୍ଯ୍ୟୟ ପରିଚାଳନା ଯୋଜନା ରାଜ୍ୟ ସରକାରଙ୍କ ୫ଟି ଅନ୍ତର୍ଭୁକ୍ତ ବୋଲି ସୂଚନା ଦେବା ସହ ରାଜ୍ୟ ସରକାର ବିପର୍ଯ୍ୟୟ ସମ୍ୱନ୍ଧୀୟ ସୂଚନା ପାଇବା ପାଇଁ ସ୍ୱତନ୍ତ୍ର ଭାବେ ଏକ ଆପ୍ ପ୍ରସ୍ତୁତ କରିଛନ୍ତି ବୋଲି କହିଥିଲେ । ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି କରିବା ପାଇଁ ଗ୍ରାମ ପଂଚାୟତ ସ୍ତରରେ ସରପଂଚଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ କର୍ମକର୍ତାଙ୍କୁ ନେଇ କମିଟି ଗଠନ କରାଯିବ । ପ୍ରତ୍ୟେକ ଗ୍ରାମ ସ୍ତରରେ ଜଣେ ବୟୋଜ୍ୟେଷ୍ଠ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ । ବ୍ଳକ ସ୍ତରରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ପାରିପାଶ୍ୱିର୍କ ସମ୍ୱଳ, ସମସ୍ୟା ଅନୁଧ୍ୟାନ କରି ଚୂଡାନ୍ତ ଖସଡା ପ୍ରସ୍ତୁତ କରିବା ପାଇଁ ଉତ୍ଥାପନ କରିବା ସହ ବିପର୍ଯ୍ୟୟ ପରିଚାଳନା ୭ ଟି ସ୍ତମ୍ଭ ଏବଂ ୧୨ ଗୋଟି ଜାତୀୟ ବିପର୍ଯ୍ୟୟ ଏବଂ ୮ ଗୋଟି ରାଜ୍ୟ ବିପର୍ଯ୍ୟୟ ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲାରେ ୨୬ ଟି ବାତ୍ୟା ଆଶ୍ରୟ ସ୍ଥଳୀ ଥିବାବେଳେ ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ପ୍ରବଣ ଅଂଚଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ୭୫ ଜଣ ସ୍ୱେଛାସେବୀଙ୍କୁ ତାଲିମ ପ୍ରଦାନ କରାଯାଇଚ୍ଥି ବୋଲି ପ୍ରକାଶ କରିଥିଲେ । ଏଥିସହ ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ଜାନୁୟାରୀ ୨୦୨୪ ରେ ସାରିବାକୁ ଏବଂ ବ୍ଳକ ସ୍ତରୀୟ ଓ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ଚଳିତ ମାସ ୩୧ ତାରିଖ ସୁଦ୍ଧା ସାରିବାକୁ ସୂଚନା ପ୍ରଦାନ କରିଥିଲେ ।
ଏହି କର୍ମଶାଳାରେ ଯାଜପୁର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣଲତା ପରିଡା, ଦାନଗଦୀ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ଦାସ, ବିଂଝାରପୁର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରଂଜିତା କୁମାରୀ ଦାସ, କୋରେଇ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଦଳାଇ, ଦଶରଥପୁର ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଗମ୍ୱର ମଲ୍ଳିକ, ମଣ୍ଡଳ ଉନ୍ନୟନ ଅଧିକାରୀ, ଯାଜପୁର ଶ୍ରୀ ସୈାରଭ ଚକ୍ରବର୍ତୀ, ପଲ୍ଳ୍ିଶ୍ରୀ ସ୍ୱେଛାସେବୀ ସଂଗଠନ କର୍ମକର୍ତା ଶ୍ରୀ ପ୍ରଶାନ୍ତ ସାହୁ, ଆର୍.ଆର୍.ଡି. ସ୍ୱେଛାସେବୀ ସଂଗଠନ କର୍ମକର୍ତା ଶ୍ରୀ ମନୋଜ କୁମାର ଜେନା, ନ୍ୟାସନାଲ ଆସୋସିଏସନ ପଂର୍ ମ୍ୟାନ, ସ୍ୱେଛାସେବୀ ସଂଗଠନ, ଢେଙ୍କାନାଳର କର୍ମକର୍ତା ବୃନ୍ଦ ବିପର୍ଯ୍ୟୟ ପରିଚାଳନା ଯୋଜନା ସମ୍ୱନ୍ଧୀୟ ବିଭିନ୍ନ ଉପାଦେୟ ପ୍ରସ୍ତାବ ମାନ ଯୋଜନାରେ ସଂପୃକ୍ତିକରଣ ନିମନ୍ତେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ କର୍ମଶାଳାରେ ସମସ୍ତ ବ୍ଳକ ର ବି.ଡି.ଓ., ପଂଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ, ଜିଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଛାସେବୀ ସଂଗଠନର କର୍ମକର୍ତା ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲା ଜରୁରୀ ଅଧିକାରୀ ଶ୍ରୀ ତାପସ ରଂଜନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
-୦-