ଭୁବନ , ୧୦/୦୫/୨୦୨୪ (ଓଡ଼ିଶା ସମାଚାର)- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନ ତୃତୀୟା ଜୀୟୁ ଜଗନ୍ନାଥ ଙ୍କ ରଥ କାଠ ଅନୁକୂଳ କରାଯାଇଛି । ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ତୁଷାରକାନ୍ତ ମିଶ୍ର ମନ୍ତ୍ର ଉଚ୍ଚାରଣ ଓ ପୂଜାର୍ଚ୍ଚନା କରି ରଥ ନିର୍ମାଣ ସକାଶେ ରଥ କାଠ ଅନୁକୂଳ କରିଥିଲେ । ଜୟ ଜଗନ୍ନାଥ ଧ୍ବନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ବରିଷ୍ଟ ସଭ୍ୟ ଗୋପୀନାଥ ମହାନ୍ତି ଏବଂ ବହୁ ଜଗନ୍ନାଥ ପ୍ରେମୀ ଭକ୍ତ ଉପସ୍ଥିତ ଥିଲେ ।
ଭୁବନ ରେ ରଥ କାଠ ଅନୁକୂଳ
