ସତ୍ୟନଗର ବରିଷ୍ଠ ନାଗରିକ ମଞ୍ଚ ର  ବୈଠକ

ଭୁବନେଶ୍ୱର,୦୭/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟନଗର ର ମୋତି ପାର୍କ ରେ ସତ୍ୟନଗର ବରିଷ୍ଠ ନାଗରିକ ମଞ୍ଚ ର  ଏକ ସଭା ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୩୦ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ। ସବୁବେଳେ ଏହି ମଞ୍ଚ କିଛି ନା କିଛି କାର୍ଯ୍ୟକ୍ରମ ରଖିଥାଏ। ଏହି ସଭାରେ ବରିଷ୍ଠ ନାଗରିକ ମଞ୍ଚ ର ସେକ୍ରେଟାରୀ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଷଡ଼ଙ୍ଗୀ ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ ରହିବ, ସେହି ବିଷୟରେ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ମହାନ୍ତି କିପରି ସଂସ୍ଥା ର ଭବିଷ୍ୟତ ରେ ଉନ୍ନତି ହେବ, ସେହି ବିଷୟରେ ଆଲୋଚନା କରିଥିଲେ। ସଭାକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଭୂବନ ମୋହନ୍ ପଟ୍ଟନାୟକ। ଶ୍ରୀମତି ଅନୁରାଧା ଦାଶ ସମସ୍ତେ ସଭାକୁ ଆସିଥିବାରୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *