କେନ୍ଦ୍ରାପଡ଼ା,୨୯/୧୦/୨୦୨୪ (ଓଡ଼ିଶା ସମାଚାର)- ବାତ୍ୟା “ଦାନା’ ପ୍ରଭାବରେ ସାରା ଓଡିଶାର ଉପକୂଳବର୍ତୀ ଜିଲାମାନଙ୍କରେ ବିଶେଷ କ୍ଷୟକ୍ଷତି ହୋଇଥିଲା ବେଳେ କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକ ଅଧିନ ବଗପାଟିଆ, ସାତଭାୟା ଅଂଚଳ ସବୁଠୁ ବେଶୀ ପ୍ରଭାବିତ ହୋଇଛି । ସେହି ପ୍ରଭାବିତ ଅଂଚଳରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇପଡ଼ିଥିବା ବେଳେ ସ୍କାଉଟ ଗାଇଡ଼ ରାଜ୍ୟ ମୁଖ୍ୟ ଆୟୁକ୍ତ ଡକ୍ଟର କାଳୀପ୍ରସାଦ ମିଶ୍ରଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡ଼ା ଜିଲା ଭାରତ ସ୍କାଉଟ ଓ ଗାଇଡ ସଂଗଠନ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀ ତଥା ଜିଲା ମୁଖ୍ୟ ଆୟୁକ୍ତ ପ୍ରଦୀପ କୁମାର ନାଗ୍ ଙ୍କ ମାର୍ଗଦର୍ଶନରେ,ଜିଲା ସ୍କାଉଟ ଗାଇଡର ସମ୍ପାଦିକା ସ୍ମିତାପ୍ରତିଭା ସାହୁ ଓ ସ୍କାଉଟ କମିଶନର ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ସ୍ୱେଚ୍ଛାସେବୀ ଦଳ କ୍ଷତିଗ୍ରସ୍ତ ଅଂଚଳରେ ପହଂଚି ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଗୁରତର ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରତି ପରିବାରକୁ ଫିନାଇଲ, ଡେଟଲ, ସାବୁନ, ମଶାଧୂପ, ମହମବତୀ, ଦିଆସିଲି ଆଦି ସାମଗ୍ରୀ ବଂଟନ କରାଯାଇଥିଲା । ଏହି ସେବାକାର୍ଯ୍ୟରେ ସଂଗଠନ କମିଶନର ଦେବରାଜ ନାୟକଙ୍କ ସମେତ ଜିଲା ଟ୍ରେନିଂ କମିଶନର ସରୋଜକାନ୍ତ ବିଶ୍ୱାଳ, ଗୋଲେଖ ବିହାରୀ ଭୂୟାଁ, ଚନ୍ଦନଚର୍ଚ୍ଚିତ ମହାପାତ୍ର, ଜ୍ୟୋତିର୍ମୟ ନାୟକ, ଶଶାଙ୍କ ଶେଖର, ଶକ୍ତିରଞ୍ଜନ ପ୍ରଧାନ, ରାଜକିଶୋର ନାୟକ, ଗୌରବ କୁମାର ବେହୁରା ପ୍ରମୁଖ ସହଯୋଗ କରିଥିଲେ ।