କଟକ ସଦର,୦୬/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ରେଲୱେ ଲେଵୁଲକ୍ରସିଂ ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ବିଭାଗୀୟ ଯନ୍ତ୍ରୀ ଓ ଠିକା ସଂସ୍ଥା ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ମରଣଯନ୍ତା ପାଲଟିଥିବା ଅଭିଯୋଗ ହେଉଛି। ପୂର୍ବରୁ ଯାହା ଥିଲା ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାସ୍ତା ଏବେ ନର୍କ କୁଣ୍ଡ ପାଲଟିଛି। ଯାହା ଫଳରେ ଗାଡ଼ି ଚାଳକ ବିଶେଷ କରି ବାଇକ୍ ଆରୋହୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଥିବା ଦେଖାଯାଉଛି। ସେଥିରେ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ବିକଳ୍ପ ବ୍ୟବସ୍ଥା ନକରି ରାସ୍ତା କଡ଼ରେ ଥିବା ସଫେଇ ନାଳକୁ ପୋତି ଦିଆଯାଇଥିବାରୁ ଉଦଵୃତ୍ତ ଜଳ ନିଷ୍କାସନରେ ଵାଧା ସୃଷ୍ଟି ହୋଇଛି। ଯାହା ଫଳରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହେବା ସହିତ ଲୋକମାନଙ୍କ ଘର ଦୁଆରେ ପାଣି ପସିଵା ସମ୍ଭାବନା ଅଧିକ ରହିଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆନଗଲେ ଜନସାଧାରଣ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

